ନୂଆଁଖାଇ ପାଇଁ ସମଲେଇ ମନ୍ଦିରକୁ ଆସିଲା ନୂଆ ଧାନ, ୨୮ରେ ମା’ଙ୍କ ଠାରେ ଲାଗି ହେବ ନବାନ୍ନ

ସମ୍ବଲପୁର: ନୂଆଁଖାଇ ପାଇଁ ସମଲେଇ ମନ୍ଦିରକୁ ଆସିଲା ନୂଆ ଧାନl ବଲବସପୁରର ସୁବାଷ ବେହେରା ସପରିବାର ନୁଆଁ ସାରିଆ ଧାନ ଆଣି ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କୁ ଦେଇଥିଲେl
ପ୍ରଚଳିତ ପରମ୍ପରା ଅନୁସାରେ ନନ୍ଦୋତ୍ସବ ତିଥିରେ ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନଧାର୍ଯ୍ୟ ହୋଇଥିଲା। ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତୁଳା ଲଗ୍ନରେ ଅଗଷ୍ଟ ୨୮ (ଗୁରୁବାର) ପୂର୍ବାହ୍ଣ ୧୦ଟା ୩୩ରୁ ୧୦ଟା ୫୫ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଅର୍ପଣ ନିମ‌ନ୍ନେ ଲଗ୍ନଧାର୍ଯ୍ୟ କରାଯାଇଛି।

Comments (0)
Add Comment