ରାୟଗଡା : ରାୟଗଡାରେ ଦିନକୁ ଦିନ ଚୋରି, ରହାଜାନୀ, ଡକାୟତି, ମନ୍ଦିରରେ ଚୋରି, ତାଲା ବନ୍ଦ ଥିବା ଘରେ ଚୋରି, ବଡ ବଡ ଦୋକାନରେ ଚୋରି ଭଳି ଅପରାଧିକ ମାମଲା ବୃଦ୍ଧି ପାଉଛି । ସେହିପରି ରାୟଗଡା ମୁଖ୍ୟ ବଜାରରେ ଥିବା ମାର୍କେଟ କମ୍ପେ୍ଲକ୍ସର ଏକ ଦୋକାନର ସଟରକୁ ତାଡି ଦୁର୍ବୁତମାନେ ଦୋକାନରେ ଥିବା ୮୨ ହଜାର ଟଙ୍କା ସହ କାଉଂଟରରେ ଥିବା ଏକ ସୁନା ମୁଦି ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଯାଇଛନ୍ତି । ଆଜି ସକାଳେ ଦୋକାନ ମାଲିକ ଇପିିଲି ପୋଲେଶ ନିଜ ଦୋକାନ ଖୋଲିବାକୁ ଆସିଥିବା ବେଳେ ଦୋକାନ ସଟର ଭଙ୍ଗା ଯାଇଥିବା ଦେଖି ରାୟଗଡା ଥାନା ପୋଲିସଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ,ଡଗ ସ୍କାର୍ଡ ପଂହଚି ତଦନ୍ତ ଆରମ୍ଭ କରିଥିବା ବେଳେ ଲଗାତାର ଭାବେ ଡେଲି ମାର୍କେଟ ପରିସରରେ ଚୋରି ବୃଦ୍ଧି ପାଉଥିବାରୁ ଦୋକାନୀମାନେ ସିସିଟିଭି ବ୍ୟବସ୍ଥା ସହ ପେଟ୍ରୋଲିଂ କଡାକଡି କରିବାକୁ ଦାବି କରି ରାୟଗଡା ଥାନା ଅଧିକାରୀଙ୍କ ସହ ଆଲୋଚନା କରି ଦାବି କରିଛନ୍ତି ।