ଫୁଲବାଣୀ :-ଅବସର ପ୍ରାପ୍ତ ୨ ଜଣ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ନିର୍ବାହୀ ଅଧିକାରୀ ସଙ୍ଘ ପକ୍ଷରୁ ରବିବାର ଉତ୍ସ୍ୱଚ୍ଛିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପଂଚାୟତ ନିର୍ବାହୀ ଅଧିକାରୀ ଦିଗାମ୍ବର ମହାପାତ୍ର ଓ ତ୍ରିନାଥ ଠାକୁର ବିଶୋଇ ଦୀର୍ଘ ବର୍ଷ କାଳ ଜିଲାର ବିଭିନ୍ନ ପଂଚାୟତ ଗୁଡିକରେ ନିଯୁକ୍ତି ପାଇଁ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ ।
ଶ୍ରୀ ମହାପାତ୍ର ବାଲିଗୁଡା ଓ ଶ୍ରୀ ବିଶୋଇ ଖଜୁରୀପଡା ବ୍ଲକରୁ ଅବସର ଗ୍ରହଣ କରିଥିଲେ । ତେବେ ବିଶୋଇ ଅବସରର ଶେଷ ଦିନରେ ବି ଅଫିସ କାର୍ଯ୍ୟ କରିଥିଲେ ମଧ୍ୟ ତାଙ୍କୁ ବ୍ଲକ ପକ୍ଷରୁ ବିଡ଼ିଓ ଅବସରକାଳୀନ ସମ୍ବର୍ଦ୍ଧନା ମଧ୍ୟ କୁଆଡେ ଦେଇ ନଥିଲେ କିମ୍ବା ଭଲ ଭାବେ କଥାବି ହୋଇ ନଥିଲେ ବୋଲି ସଙ୍ଘ ସଭାପତି ପଦ୍ମଚରଣ ମହାନ୍ତି କ୍ଷୋଭ ପ୍ରକାଶ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ସମ୍ପାଦକ ମହେଶ ପଟ୍ଟନାୟକ, ଜଗନାଥ ରଣା, ଉପସଭାପତି, ପ୍ରମୁଖ ଯୋଗ ଦେଇ ପୁଷ୍ପଗୁଚ୍ଛ, ଉପହାର ଦେଇ ସମ୍ବର୍ଦ୍ଧିତ କରିବା ସହ ଅବସରକାଳୀନ ଜୀବନ ସୁଖମୟ ହେଉ ବୋଲି କହିଥିଲେ । ସେହିପରି ସଙ୍ଘ ପକ୍ଷରୁ ପ୍ରକାଶ ମହାନ୍ତି, କୁମର ମଣି ମଲ୍ଲିକ, ତ୍ରିଲୋଚନ ଖମାରି, ସୁଶାନ୍ତ ପ୍ରଧାନଙ୍କ ଅନ୍ୟତ୍ର ବଦଳି ହୋଇ ଯାଇଥିବାରୁ ସେମାନଙ୍କୁ ମଧ୍ୟ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।