ଡିଡିୟୁଜିକେୱାଇ ଓରମାସ ତାଲିମ କେନ୍ଦ୍ରକୁ ଜିଲ୍ଲାପାଳଙ୍କ ପରିଦର୍ଶନ

ନବରଙ୍ଗପୁର: ଜିଲ୍ଲାପାଳ ଡ଼. କମଳ ଲୋଚନ ମିଶ୍ର ଓ ଓରମାସ ଡେପୁଟି ସିଇଓ ଏ. ଉମା ମହେଶ୍ୱର୍‌ ରାଓ ନବରଙ୍ଗପୁର ଡିଡିୟୁଜିକେୱାଇ ଓରମାସ ତାଲିମ କେନ୍ଦ୍ର ପରିଦର୍ଶନ କରିଥିଲେ । ପୁର୍ବତନ ଛାତ୍ରୀ ମାନଙ୍କ ବିଭିନ୍ନ କର୍ମ ସଂସ୍ଥାନ ମାନଙ୍କରେ ନିଯୁକ୍ତି ଓ ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ସେମାନଙ୍କ ଆତ୍ମନିଯୁକ୍ତି କିପରି କରିପାରିଛନ୍ତି ଏବଂ ବର୍ତ୍ତମାନ ଛାତ୍ରୀ ମାନଙ୍କ ତାଲିମ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥଲେ । ଟ୍ରେନର ମାନେ କିପରି ଭାବେ ତାଲିମ ପ୍ରଦାନ କରୁଛନ୍ତି ଓ ଛାତ୍ରୀ ମାନେ ଏହାକୁ କିପରି ହୃଦୟଙ୍ଗମ କରି ପାରୁଛନ୍ତି ପଚାରି ବୁଝିଥିଲେ । ଓରମାସ କାଉନସିଲର ସୁଶ୍ରୀ ଅମ୍ବିକା ରଥ ଅଫିସର ସମସ୍ତ ଦସ୍ତାବିଜ ପ୍ରଦର୍ଶନ କରିଥିଲେ ଓ ଆଗାମୀ ଦିନର କାର୍ଯ୍ୟ ଖସଡ଼ା ଅନୁଯାୟୀ ସମସ୍ତ ଅପରେଟିଙ୍ଗ ବିଷୟରେ ତଥ୍ୟ ପ୍ରଦାନ କରିଥିଲେ ।
ଏହାର ଦିନକ ପୂର୍ବରୁ ଓରମାସ ତାଲିମ କେନ୍ଦ୍ର ଠାରେ ଅଠର ଗୋଟି ତାଲିମ ବିଷୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାଚକ୍ରରେ ଡିଏସଡବ୍ଲୁଓ ଶ୍ରୀମତି ବିଶ୍ୱାସ, ଓରମାସ ଡେପୁଟି ସିଇଓ ଏ. ଉମା ମହେଶ୍ୱର ରାଓ , ଜିଲ୍ଲା ଶିକ୍ଷା କୋଓର୍ଡିନେଟର, ଓରମାସ କାଉନସିଲର ଅମ୍ବିକା ରଥ, ୟୁନିସେଫ୍‌ଉଅନ୍‌ସୋଲ୍ଟାଣ୍ଟ ଅଫିସର ଫକିର ଚନ୍ଦ୍ର ରାଉତ , ସିଡ଼ିପିଓ, ଶିବାନୀ ଏଡୁକେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ସ୍କିଲ ଟ୍ରେନର ସତ୍ୟ ନାରାୟନ ବେହେରା ପ୍ରମୁଖ ଅଂଶ ଗ୍ରହଣ କରି ନବରଙ୍ଗପୁର ଜିଲ୍ଲାର ଅଠର ଗୋଟି ଟ୍ରେଡରେ କିପରି କାର୍ଯ୍ୟକାରିତା ଓ ତାର ଉପାଦେୟତା ରହିଛି, ଏ ବିଷୟରେ ଛାତ୍ରୀ ଓ ଅଙ୍ଗନବାଡି କର୍ମୀ ମାନଙ୍କ ସହ ଆଲୋଚନା କରିଥିଲେ ।

Comments (0)
Add Comment