ଦଶପଲ୍ଲା ଅଙ୍ଗନୱାଡି କର୍ମୀଙ୍କ ବୈଠକ

ଦଶପଲ୍ଲା : ରବିବାର ଅଲ୍‌ ଓଡିଶା ଅଙ୍ଗନୱାଡି କର୍ମଚାରୀ ସଂଘ ଦଶପଲ୍ଲା ଶାଖାର ଏକ ବୈଠକ ସଂଘର ସଭାନେତ୍ରୀ ବିନୋଦିନୀ ଦେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଗାଁ କଲ୍ୟାଣ ସମିତିର କୌଣସି କାର୍ଯ୍ୟକ୍ରମରେ କର୍ମୀମାନେ ସାମିଲ ନ ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ଏଥିସହ ଚଳିତମାସ ୭ ତାରିଖରେ ନୟାଗଡ ଠାରେ ଏକ ଶୋଭାଯାତ୍ରାରେ ଯାଇ ନୟାଗଡ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯିବା ନିମନ୍ତେ ଆଲୋଚନା କରାଯାଇ ଥିଲା । ଏଥି ସହ ସଂଘକୁ ମଜଭୁତ କରିବାପାଇଁ ସମସ୍ତେ ଆହ୍ୱାନ ଦେଇଥିଲେ । ଉକ୍ତ ବୈଠକରେ ଭାରତୀୟ ମଜଦୁର ସଂଘର ନୟାଗଡ ଜିଲ୍ଲା ସଂପାଦକ ସୁକାନ୍ତ ମହାପାତ୍ର, ଦଶପଲ୍ଲା ବ୍ଲକ ସଭାପତି ପ୍ରକାଶ କୁମାର ପାଣି, ଅଂଗନୱାଡି ଦଶପଲ୍ଲା ଶାଖା ସଂପାଦିକା ଜୟାମଣି ଦେଇ, ଉପସଭାପତି ବିଜୟ ଲକ୍ଷ୍ମୀ ପରିଡା ସହ ସଂପାଦିକା ସାବିତ୍ରୀ ଦାଶ ସମେତ ବିଭିନ୍ନ ସେକ୍ଟରର ବହୁ ଅଙ୍ଗନୱାଡି କର୍ମୀମାନେ ଯୋଗଦେଇଥିଲେ ।

Comments (0)
Add Comment