ଜାତୀୟ ପଞ୍ଚାୟତ ଦିବସ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା

ଜହ୍ନାପଙ୍କ : ଆଜି ଜାତୀୟ ପଞ୍ଚାୟତ ଦିବସ ଅବସରରେ ବୌଦ୍ଧ ବ୍ଳକ ଅନ୍ତର୍ଗତ ଖୁଂଟବନ୍ଧ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଟୁନି ମହାନନ୍ଦିଆଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ପିଇଓ ଶମ୍ଭୁ ପ୍ରସାଦ କ୍ଷେତୀ ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ, ରାସ୍ତା ଘାଟ, ପାନୀୟଜଳ, ବୃକ୍ଷରୋପଣ ଆଦି ଉନ୍ନତିମୂଳକ କାର୍ଯ୍ୟ ହେବା ପାଇଁ ଆଲୋଚନା କରିଥିଲେ । ଏହା ସହିତ ପଂଚାୟତର ବିଭିନ୍ନ ଗ୍ରାମରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମୂର୍ଣ୍ଣ କରିବା ଏବଂ ନୂତନ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବା ପାଇଁ ଆଲୋଚନା କରାଗଲା । ଜହ୍ନାପଙ୍କ ବସ ଷ୍ଟାଣ୍ଡଠାରେ ନିର୍ମାଣ ହୋଇଥିବା ଯାତ୍ରୀ ବିଶ୍ରାମଗାରର ବକେୟା ଟଙ୍କା ପାଇନଥିବା ନାଏବ ସରପଞ୍ଚ ସମିର ପ୍ରଧାନ ଦୃଷ୍ଟି ଆକର୍ଷଣ କରିଥିଲେ । ଅନୁଦାନ ଆସିଲେ ପ୍ରଥମ ପର୍ଯ୍ୟାୟରେ ଏହାର ପେମେଂଟ କରାଯିବ ବୋଲି ପିଇଓ କହିଥିଲେ । ସଭାରେ ଯୋଗାଣ ସହାୟକ ସତ୍ୟଜିତ ପ୍ରଧାନ, ସ୍ୱେଚ୍ଛାସେବୀ ବିକ୍ରମ ମହାନନ୍ଦିଆ ୱାର୍ଡ ସଭ୍ୟ ବିଶ୍ୱାମିତ୍ର ବାରିକ ସମେତ ଅନ୍ୟ ୱାର୍ଡ ସଭ୍ୟ ସଭ୍ୟା ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସେହିପରି ଲଷ୍ମୀପ୍ରସାଦ ପଞ୍ଚାୟତରେ ସରପଞ୍ଚ ଭାରତୀ ପୁରୋହିତ, ତେଲିବନ୍ଧ ପଂଚାୟତରେ ରତ୍ନାକର ନାଏକ, ପଦ୍ମନପୁର ପଂଚାୟତରେ ସୌଦାମିନୀ ବାରିକ ଓ ମୁଣ୍ଡାପଡା ପଂଚାୟତରେ ସରପଞ୍ଚ ରାଜଳଷ୍ମୀ ସ୍ୱାଇଁ, ବଢିଗାଁ ପଂଚାୟତରେ ସିଧେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ । ସଭାରେ ପିଇଓ ପଙ୍କଜିନି ତାଣ୍ଡି, ଗୋକୁଳ ଚନ୍ଦ୍ର ଭୋଇ, ଗୌରୀ ପ୍ରଧାନ, ସୁରେଶ ଚନ୍ଦ୍ର ରାଉତ, ଯୋଗାଣ ସହାୟକ ଚିତ୍ତ ରଞ୍ଜନ ସାହୁ, କୃପାସିନ୍ଧୁ ପ୍ରଧାନ ପଂଚାୟତର ସମସ୍ତ ୱାର୍ଡ ସଭ୍ୟସଭ୍ୟା ଉପସ୍ଥିତ ଥିଲେ ।

Comments (0)
Add Comment