ଭିଜିଲାନ୍ସ ଜାଲରେ ନୂଆଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ନୂଆଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି । ଏରିଏର ଟଙ୍କା କରାଇ ଦେବା ପାଇଁ କ୍ଷୀରୋଦ ଚନ୍ଦ୍ର ନାୟକ ନାମକ ଜଣେ ଶିକ୍ଷକଙ୍କଠାରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକ ୩୦ ହଜାର ମାଗିଥିଲେ । ଏନେଇ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ନାୟକ ଦୁର୍ନୀତି ନିବାରଣ ବିଭାଗ ସହ ଯୋଗାଯୋଗ କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକ ନିଜ କାର୍ଯ୍ୟାଳୟର ଏକାଉଣ୍ଟାଣ୍ଟ ମାଧ୍ୟମରେ ୩୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିଲେ । ପୂର୍ବ ପ୍ରସ୍ତୁତି ମୁତାବକ ଭିଜିଲାନ୍ସ ଟିମ ଲାଞ୍ଚ ନେବା ବେଳେ ଟଙ୍କା ଜବତ କରିଥିଲା । ଭିଜିଲାନ୍ସ ଟିମ ନୂଆ ଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ବ୍ରଜ କୁମାର ନାୟକ ରହୁଥିବା ବାସ ଭବନର ଚଢ଼ାଉ କରିବା ସହ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଗୁଡିକ ଯାଞ୍ଚ କରି ଥିବାର ଜଣାପଡ଼ିଛି ।

Comments (0)
Add Comment