ଗଜପତି ଜିଲ୍ଲା ଶିକ୍ଷା ବିଭାଗର ମାସିକ ସମୀକ୍ଷା ବୈଠକ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଶିକ୍ଷା ବିଭାଗର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଶ କୁମାର ନାୟକ, ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ,ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧକ୍ଷ, ଜିଲ୍ଲାର ବିଭିନ୍ନ ବିଦ୍ୟାଳର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ନୀତି ଆୟୋଗର ସହଯୋଗୀ ସଂସ୍ଥା ପିରାମଲ ଫାଉଣ୍ଡେସନର ପ୍ରତିନିଧି ଓ ଗାନ୍ଧୀ ଫେଲୋ ଉପସ୍ଥିତ ରହିଥିଲେ । ବୈଠକରେ ଜିଲ୍ଲାପାଳ କହିଥିଲେ ଯେ ଚଳିତ ବର୍ଷ ଦଶମ ପରୀକ୍ଷାର ଫଳାଫଳ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ କିପରି ଭଲ ନମ୍ବର ରକିବେ ସେଥିପ୍ରତି ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ କହିଥିଲେ । ସେହିପରି ମାସିକ ଛାତ୍ରଛାତ୍ରୀ ମାନଙ୍କର ପ୍ରତିଦିନ ଉପସ୍ଥାପନା, ପ୍ରଗତି କାର୍ଡ, ମାସିକ ବିବରଣୀ ଇତ୍ୟାଦି ପ୍ରଧାନ ଶିକ୍ଷକ ସମୀକ୍ଷା କରିବେ । ଛାତ୍ରଛାତ୍ରୀ ମାନଙ୍କର ପ୍ରସ୍ତୁତ ସମସ୍ତ ବିଷୟ ଭିତ୍ତିକ ସଂକ୍ଷିପ୍ତ ଟିପ୍ପଣୀ, ଡେମୋ ସ୍କୁଲ ଏବଂ ବେକ୍‌ ଟୁ ସ୍କୁଲ ଯୋଜନା ବିଷୟରେ ଆଲୋଚନା ହୋଇଥିଲା ।

Comments (0)
Add Comment