ବାରକୋଟ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ

ଦେବଗଡ: ବାରକୋଟ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୨୪’ ତଥା କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୭ଟି କ୍ଳଷ୍ଟରରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ, ସୁଜନଶୀଳ ଲିଖନ, ବକୃତା, ସଙ୍ଗୀତ ଓ ନୃତ୍ୟ, ଲୋକ ସଙ୍ଗୀତ ଓ ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବ୍ଲକ ସ୍ତରରେ ପ୍ରଥମ ହୋଇଥିବା ଛାତ୍ରଛାତ୍ରୀମାନେ ଜିଲ୍ଲା ସ୍ତରୀୟ “ସୁରଭି’ ଓ କଳା ଉତ୍ସବ ରେ ଅଂଶଗ୍ରହଣ କରିବେ । ବରିଷ୍ଠ ବିଇଓ ଗାୟତ୍ରୀ ସାହୁ ଅଧ୍ୟକ୍ଷତାରେ ଆୟଜିତ ପୁରସ୍କାର ବିତରଣୀ ସମାରହରେ ବାରକୋଟ ବ୍ଲକ ଚେୟାରମ୍ୟାନ ପୁଷ୍ପାଞ୍ଜଳି ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏବିଇଓ ତଥା ବିଆରସିସି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ଶିକ୍ଷକ ମାନେ ମଞ୍ଚ ପରିଚାଳନା କରିଥିଲେ । କର୍ଯ୍ୟକ୍ରମ ପରିଚାଳନାରେ ନୋଡାଲ ସିଆରସିସି ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ ।

Comments (0)
Add Comment