ପଞ୍ଚ ଠାକୁରାଣୀଙ୍କ ଯାତ୍ରାରେ ଆରମ୍ଭ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ, ଶତାଧିକ ଲୋକଙ୍କ ଭିଡ଼

ଫୁଲବାଣୀ:ଫୁଲବାଣୀର ଆରାଧ୍ୟା ଦେବୀ ମା ନାରାୟଣୀଙ୍କ ସମେତ ପଞ୍ଚ ଠାକୁରାଣୀଙ୍କ ଯାତ୍ରା ଶୁଭାରମ୍ଭ ହୋଇଛି । ପ୍ରଥମ ଦିନ ଠାକୁରାଣୀମାନଙ୍କୁ ରିତିନୀତି ଅନୁସାରେ ପୂଜାକମାନେ ପୂଜା ଅର୍ଚ୍ଚନା କରାଯାଇଥିଲେ । ତତ୍‌ ସହିତ ଠାକୁରାଣୀ ଯାତ୍ରାର ଅସ୍ଥାୟୀ ମଣ୍ଡପରେ ସୁସଜ୍ଜିତ କରାଯାଇଛି । ସଂଧ୍ୟାରେ ଫୁଲବାଣୀର ପ୍ରସିଦ୍ଧ ନୃତ୍ୟ ଅନୁଷ୍ଠାନ ନଟରାଜ କଳା ମନ୍ଦିରର କଳାକାରମାନଙ୍କ ଦ୍ୱାରା ନୃତ୍ୟ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ପ୍ରଥମ ସଂଧ୍ୟାର ମୁଖ୍ୟ ଅତିଥି ଭାବେ ଫୁଲବାଣୀ ଉପଜିଲ୍ଲାପାଳ ତଥା ଯାତ୍ରା କମିଟିର ଅଧ୍ୟକ୍ଷ ଶେଷଦେବ ମିଶ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ଯାତ୍ରା ପରିଚାଳନା କମିଟିର ସଭାପତି ପି. ସୁଧାଂଶୁ କୁମାର ସେନାପତି, ସମ୍ପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ, ଉପସଭାପତି ସୁଜିତ ବେହେରା, ସାଂସ୍କୃତିକ ସମ୍ପାଦକ ଭି.ଲୋକନାଥ ରାଜୁ ଅନ୍ୟତମ ଅତିଥି ଭାବେ ଜିଲ୍ଲା ସାଂସ୍କୃତିକ ଅଧିକାରୀ ଅକ୍ଷୟ କୁମାର ସେଠୀ,ଫୁଲବାଣୀ ପୌରପରିଷଦର ନିର୍ବାହୀ ଅଧିକାରୀ ବଳଦେବ ବେହେରା,ବିଶିଷ୍ଠ ଆଇନଜୀବି ସିଧେଶ୍ୱର ଦାସ,ଆଇନଜୀବୀ ବିଜୟ ମହାନ୍ତି ଏବଂ ଅନ୍ୟମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ନଟରାଜ କଳା ମନ୍ଦିରର ବିନୋଦ କୁମାର ସାହୁ ଓ ଅଶୋକ କୁମାର ମହାନ୍ତି ପରିଚାଳନା କରିଥିଲେ । ଶହଶହ ଭକ୍ତ ମାନେ ଦୀର୍ଘ ୪ ବର୍ଷ ପରେ ଏକା ସାଙ୍ଗରେ ପାଞ୍ଚ ଠାକୁରାଣୀଙ୍କୁ ଦର୍ଶନ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ନେଇଥିଲେ ।

Comments (0)
Add Comment