ଦୁଇ ଦିନିଆ ଯୋଗ ପ୍ରଶିକ୍ଷଣ ଶିବିର ଉଦଯାପିତ : ଜିଲ୍ଲାର ପ୍ରତି ସ୍କୁଲରେ ଅନୁଷ୍ଠିତ ହେବ ଯୋଗ ପ୍ରଶିକ୍ଷଣ ଶିବିର-ଜିଲ୍ଲା ମଙ୍ଗଳ ଅଧିକାରୀ

ଜି. ଉଦୟଗିରି : ଜି. ଉଦୟଗିରି ନିକଟସ୍ଥ ସରକାରୀ ଡି.ଏ.ଭି. ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟରେ ଦୁଇଦିନିଆ ଯୋଗ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି । ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ ତ୍ରୀଲୋଚନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାଯ୍ୟକ୍ରମକୁ ଜିଲ୍ଲା ମଙ୍ଗଳଳ ଅଧିକାରୀ ସୀମାଞ୍ଚଳ ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଯୋଗ ଶିକ୍ଷା ଲାଭ କରି ନିଜ ଦୈନଦିନ ଜୀବନରେ ଏହାକୁ ସାମିଲ କରିପାରିଲେ ସମାଜରେ ପରିବର୍ତ୍ତନ ଆସିପାରିବ ବୋଲି କହିଛନ୍ତି । ଏହା ସହିତ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଗ୍ରହଣ କାଳରେ ଯୋଗ ପ୍ରାଣାୟମର ଆବଶ୍ୟକତାକୁ ଉପଲବ୍ଧ କରି ପ୍ରତି ସ୍କୁଲରେ ଯୋଗ ପ୍ରଶିକ୍ଷଣ ଶିବିର କରାଯିବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ବେହେରା ଘୋଷଣା କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥିଭାବେ ଡିବ୍ଲୁଇଓ ଉର୍ମିଳା ପ୍ରଧାନ, ବିଇଡି କଲେଜ ଅଧକ୍ଷ ଜୟନ୍ଦ୍ର ନାଥ ସ୍ୱାଇଁ, ଆଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଭୋଇ,ଡାକ୍ତର ସତ୍ୟ ନାରାୟଣ ପଟ୍ଟନାୟକ ଯୋଗ ଦେଇଥିଲେ । ଶିବିରରେ ଜିଲ୍ଲା ଯୋଗ ପ୍ରଭାରୀ ତଥା ଯୋଗ ଗୁରୁ ବଟ୍ଟକୃଷ୍ଣ ଦାସ, ଯୋଗ ଗୁରୁ ରାଜେନ୍ଦ୍ର ମହାପାତ୍ର ଯୋଗ ଦେଇ ଆସନ, ପ୍ରାଣାୟମ ପ୍ରଶିକ୍ଷଣ ଦେଇଥିଲେ । ଶିବିରକୁ ବିଜ୍ଞାନ ପ୍ରଶିକ୍ଷକ ସୁଧିର କୁମାର ସାହୁ ପରିଚାଳନା କରିଥିବା ବେଳେ ଶ୍ରେଷ୍ଠ ଶିବିରାର୍ଥୀ, ଶ୍ରେଷ୍ଠ ସ୍ୱଚ୍ଛାସେବୀମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର ସହିତ ଉପଢୌକନ ଦେଇ ସମ୍ମାନୀତ କରିଥିଲେ ।

Comments (0)
Add Comment