ନନ୍ଦାହାଣ୍ଡି :ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ରେ ଦେଖିବାକୁ ମିଳିଛି ଚିନ୍ତାଜନକ ଖବର । ସ୍କୁଲରେ ଶିକ୍ଷାଦାନ ଚାଲିଥିବା ସମୟରେ ସ୍କୁଲ ପରିସରରେ ପଶିଲା ଭାଲୁ । ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତ ଅନ୍ତର୍ଗତ ମେରନାଶ ପ୍ରଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ସ୍କୁଲ ଶ୍ରେଣୀରେ କୁନିକୁନି ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନ ଚାଲିଥିବା ବେଳେ ବର୍ଷାରେ ଭିଜିଭିଜି ଖାଦ୍ୟ ଅନ୍ୱେଷଣ ପାଇଁ ଜଙ୍ଗଲୀ ଭାଲୁ ସ୍କୁଲ ପରିସର ମଧ୍ୟକୁ ଚାଲି ଆସିଥିଲା । ବର୍ଷା ଲାଗି ରହିଥିବା ବେଳେ ଦୀର୍ଘ ସମୟ ଧରି ସ୍କୁଲ ପରିସରରେ ଖାଦ୍ୟ ଖୋଜିବାରେ ଲାଗିଥିଲା । ସ୍କୁଲ ପରିସରରେ କୁନି କୁନି ଛାତ୍ର ଛାତ୍ରୀ ଉପସ୍ଥିତ ଥିବା ବେଳେ ଏଭଳି ଭାଲୁ ଆସିଯିବାରୁ ଉପସ୍ଥିତ ଥିବା ଛାତ୍ର ଛାତ୍ରୀଙ୍କ ସମେତ ଶିକ୍ଷକ ମାନେ ଭୟଭୀତ ହୋଇ ଯାଇଥିଲେ । ସଙ୍ଗେ ସଙ୍ଗେ ନବରଙ୍ଗପୁର ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ଆସିଥିଲେ ଏବଂ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ଭାଲୁ ଉପରେ ନଜର ରଖିଥିଲେ । ଭାଲୁ ଏଣେତେଣେ ବୁଲାବୁଲି କରିବା ପରେ ସ୍କୁଲ ଚାଲିଯାଇଥିଲା । ତେବେ ବନ ବିଭାଗ କର୍ମଚାରୀ ମାନେ ପୁନର୍ବାର ଭାଲୁ ଆସିବା ଆଶଙ୍କା କରି ସ୍କୁଲରେ ଉପସ୍ଥିତ ଅଛନ୍ତି । ତେବେ ସ୍କୁଲ ସମୟରେ ଭାଲୁ ଆସିବା ଘଟଣାକୁ ନେଇ ଅଭିଭାବକ ଓ ଶିକ୍ଷକ ମହଲରେ ଭୟର ବାତାବରଣ ଖେଳିଯାଇଛି ।