ଦଳୀୟ ପ୍ରାର୍ଥୀଙ୍କ ପ୍ରଚାରରେ ଜିଲା ମହିଳା ସଭାପତି

ଚମ୍ପୁଆ, ୨୩ା୫: ଗୁରୁତ୍ୱପୁର୍ଣ୍ଣ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ ଓ କେନ୍ଦୁଝର ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଧୁଙ୍କ ସପକ୍ଷରେ ପ୍ରଚାରକୁ ଜୋର କରିଛନ୍ତି ଜିଲା ମହିଳା ସଭାପତି ରମଣୀ ନାଏକ । ଚଳିତ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ବିପୁଳ ପରିମାଣରେ ବିଜୟ କରିବାକୁ ଆହ୍ୱାନ ଦେଇଛନ୍ତି । ମହିଳା ସଭାପତି ଘରକୁ ଘର ବୁଲି ବିଜୁ ଜନତା ଦଳର ଲୋକାଭିମୁଖି କାର୍ଯ୍ୟ ଗୁଡିକୁ ଭୋଟର ମାନଙ୍କୁ ଅବଗତ କରିବା ସହିତ ମହିଳା ସଶକ୍ତିକରଣରେ ବିଜୁ ଜନତା ଦଳର ଆଭିମୁଖ୍ୟକୁ ଉପସ୍ଥାପିତ କରିଛନ୍ତି । ସଭାପତି ରମଣୀ ନାଏକ ମୌଦି, ଗୁଳୁଦିପଶି, ଭଣ୍ଡା,ଉଚ୍ଚବାଲି,ରଙ୍ଗାମାଟିଆ ଅଂଚଳରେ ଶତାଧିକ କର୍ମୀଙ୍କ ସହାୟତାରେ ପଦଯାତ୍ରା କରି ପ୍ରଚାରକୁ ଜୋର କରିଥିଲେ । ଏହି ମାରାଥନ ପ୍ରଚାରରେ ସରପଂଚ ଓ ସମିତି ସଭ୍ୟ ସମେତ ୱାର୍ଡ ମେମ୍ବର ମାନେ ସାମିଲ ହୋଇଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ସମେତ ବହୁ କର୍ମକର୍ତା ଯୋଗ ଦେଇଥିଲେ ।

Comments (0)
Add Comment