ଫୁଲବାଣୀର ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫୁଲବାଣୀ ସହର ଆଖ ପାଖରେ ଥିବା ବିଭିନ୍ନ ଶୈବ ପୀଠରେ ବାବା ଭୋଳାନାଥଙ୍କ ଜାଗର ଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି । ଫୁଲବାଣୀ ସହରରେ ପ୍ରାୟ ଦଶରୁ ଉଦ୍ଧ୍ୱର୍ ଶିବ ମନ୍ଦିର ଥିବା ବେଳେ ସବୁ ମନ୍ଦିର ମାନଙ୍କରେ ସକାଳୁ ସକାଳୁ ଭକ୍ତଙ୍କର ଭିଡ ଦେଖିବାକୁ ମିଳିଥିଲା । ସେହିପରି ସନ୍ଧ୍ୟାରେ ମଧ୍ୟ ସମସ୍ତ ଶିବ ମନ୍ଦିର ପ୍ରାଙ୍ଗଣରେ ଭକ୍ତ ମାନେ ଦୀପ ବସାଇ ନିଜ ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ଜାଗର ପାଳିଥିଲେ । ଅଧିକାଂଶ ଶୈବ ପୀଠରେ ନାମ ସଙ୍କୀର୍ତ୍ତନ ଚାଲିଥିବା ବେଳେ କେତେକ ମନ୍ଦିର ପରିସରରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆଗକୁ ବୋର୍ଡ ପରୀକ୍ଷା ଥିବାରୁ ଅଧିକାଂଶ ଛାତ୍ରଛାତ୍ରୀ ମଧ୍ୟ ଜାଗର ବସିଥିବାର ଦେଖିବାକୁ ମିଳିଥିଲା । ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ନିମିତ୍ତ ସବୁ ଶୈବ ପୀଠରେ ପୋଲିସ ମୁତୟନ କରାଯାଇଥିଲା ।

Comments (0)
Add Comment