30ରୁ ଚନ୍ଦନ ଯାତ୍ରା, ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ

ପୁରୀ : ଆଗାମୀ ୩୦ତାରିଖ ବୁଧବାର ଚନ୍ଦନ ଯାତ୍ରା । ଏଥି ପାଇଁ ପୁରୀ ପୋଲିସ ପ୍ରସ୍ତୁତିଚୁଡାନ୍ତ କରିଛି।ଆସନ୍ତା ଏପ୍ରିଲ ୩୦ ତାରିଖ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେବ ଚନ୍ଦନଯାତ୍ରା । ଅକ୍ଷୟ ତୃତୀୟା ପାଇଁ ୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ବୋଲି ଏସ ପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି। ସୋମବାର ନରେନ୍ଦ୍ର ପୁଷ୍କରିଣୀ ସ୍ଥଳ ପରିଦର୍ଶନ କରି ସେ ଏହି ସୂଚନା ଦେଇଛନ୍ତି।ଜଣେ ଅତିରିକ୍ତ ଏସପି,୫ ଜଣ ଡେପୁଟି ଏସପି ବା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପାହ୍ୟାର,୮ ଜଣ ଇନ୍ସପେକ୍ଟର,୨୦ ଜଣ ସବ୍ ଇନ୍ସପେକ୍ଟର ଅବା ଆସିଷ୍ଟାଣ୍ଟ ସବ୍ ଇନସ୍ପେକ୍ଟର ,୪ ଜଣ ହାବିଲଦାର , ୩୭ ଜଣ କନଷ୍ଟେବଳ ଙ୍କ ସମେତ ୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ।୫୮ ଜଣ ହୋମଗାର୍ଡ ମୁତୟନ ରହିବେ। ସେପଟେ ଚନ୍ଦନ ଚକଡା଼ ରେ ବାଣ ଫୁଟାଇବା ସମ୍ପୁର୍ଣ୍ଣ ରୂପେ ବାରଣ କରାଯାଇଛି। ପ୍ରଥମଥର ପାଇଁ ପୁରୀ ପୋଲିସ ତରଫରୁ ଏକ ଫିଡ଼ବ୍ୟାକ ସେଣ୍ଟର ନରେନ୍ଦ୍ରକୋଣ ଠାରେ କରାଯିବ। ଏଥିରେ ସମସ୍ତ ଅଭିଯୋଗ ଗ୍ରହଣ କରାଯିବ ସହ ନିଜର ଯାତ୍ରା ଅନୁଭୂତି ଦେଇପାରିବେବୋଲି ଏସପି କହିଛନ୍ତି।

Comments (0)
Add Comment