ସୁବର୍ଣ୍ଣପୁର ଜିଲ୍ଲାରେ ୧୫ ଦିନିଆ ଶିଶୁ ଶ୍ରମିକ ନିରାକରଣ ଅଭିଯାନ

ସୁବର୍ଣ୍ଣପୁର: ଆଜି ପୂର୍ବାହ୍ନରେ ୧୫ ଦିନିଆ ଶିଶୁ ଶ୍ରମିକ ନିରାକରଣ ଅଭିଯାନର ଅନ୍ତିମ ପର୍ଯ୍ୟାୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ବିଳନୀ କକ୍ଷରେ ବିଭିନ୍ନ ଷ୍ଟେକ ହୋଲଡରଙ୍କୁ ନେଇ ଏକ ସଚେତନତା ସଭା ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପି ଡି, ଡିଆରଡିଏ ଡୋଳାମଣି ପଟେଲ, ସମ୍ମାନିତ ଅତିଥି, ଶିଶୁ ମଙ୍ଗଳ କମିଟିର ସଭାପତି ମଧୁସୂଦନ ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ, ଡିଏସଡବ୍ଲୁ ଓ ଗୌରମଣି ହାଁସଦା ,ଡାଇରେକ୍ଟର ଚାଇଲଡ ଲାଇନ, ଅନଙ୍ଗ ନେଗୀ, ଏଡି ଏମ ଓ ( ପି ଏଚ ) ଡଃ ରମେଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ସହକାରୀ ଶ୍ରମ ଅଧିକାରୀ ସବିତା କୁମାରୀ ନାୟକ, ସୋନପୁର ଶ୍ରମିକ ସଂଗଠନ ସମନ୍ୱୟ ସମିତି ର ସଭାପତି ଗୋବିନ୍ଦ ମହାରଣା, ଚେମର ଅଫ କମର୍ସ ସୋନପୁରର ସଭାପତି, ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତା, ଜନସାଧାରଣ, ଅଙ୍ଗନବାଡି କର୍ମୀ ଯୋଗଦାନ କରି ସଚେତନତା ସଭାରେ ଉପସ୍ଥିତ ଥିଲେ । ଉକ୍ତ ସଭାରେ ଶିଶୁ ଶ୍ରମିକ ସୁବର୍ଣ୍ଣପୁର ଜିଲ୍ଲା ର ଶିଶୁ ଶ୍ରମିକ ନିଯୁକ୍ତି କିପରି ଭାବରେ ସମ୍ପୂର୍ଣ୍ଣ ବିଲୋପ ହେବ ଏ ଦିଗରେ ଆଲୋକପାତ କରାଯାଇଥିଲା । ଶ୍ରମ ଅଧିକାରୀ ଶିଶୁ / କିଶୋର ଶ୍ରମିକ ଆଇନ ୧୯୮୬ ଅନ୍ତର୍ଗତ ବିଭିନ୍ନ ଧାରା ଉପରେ ଆଲୋକପାତ କରିବା ସଂଗେସଂଗେ ଶିଶୁ ଶ୍ରମିକ ନିଯୁକ୍ତି ନିରାକରଣ ପାଇଁ ବିଭିନ୍ନ ବିଭାଗ ର ଦାୟିତ୍ୱ ଉପରେ ଆଲୋଚନା କରିଥିଲେ । ଏହି ୧୫ ଦିନିଆ ଅଭିଯାନ ୩୧ ମେ ୨୦୨୨ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ଦ୍ୱାରା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯାଇ ଥିଲା । ତତ୍‌ ପରେ ଚଳିତ ମାସ ୦୭ ତାରିଖରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଏକ ସଚେତନତା ଶୋଭାଯାତ୍ରା ( ପଦଯାତ୍ରା )କୁ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ରହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ୧୫ ଦିନିଆ ଅଭିଯାନରେ ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ଅଧିକାରୀଙ୍କ ନେତୃତ୍ୱରେ ଶିଶୁ ଶ୍ରମିକ ଉଦ୍ଧାର ଦଳ ୫ଜଣ ଶିଶୁ / କିଶୋର ଶ୍ରମିକ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟି ପାଖରେ ଉପସ୍ଥାପନା କରାଯାଇଥିଲା ।

Comments (0)
Add Comment