ସାମ୍ବାଦିକଙ୍କୁ ପୋଲିସର ବେଡ଼ି ପକାଇବା ଘଟଣାକୁ ଓଜେୟୁ ସୁବର୍ଣ୍ଣପୁର ଜିଲ୍ଲା ଶାଖାପକ୍ଷରୁ ନିନ୍ଦା

ସୁବର୍ଣ୍ଣପୁର : ସତ୍ୟକୁ ସାମ୍ନା କରୁଥିବା ସାମ୍ବାଦିକମାନଙ୍କ ପ୍ରତି ପୋଲିସର ଦବଙ୍ଗଗିରିକୁ ଓଡ଼ିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ଏ ସଂପର୍କରେ ସ୍ଥାନୀୟ ପ୍ରଭାସଲଜ୍‌ର ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଭାପତି ମନୋରଞ୍ଜନ ତ୍ରିପାଠୀଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଥିବା ସଭାରେ ସଂଘର ସମସ୍ତ ସଦସ୍ୟଙ୍କ ସମେତ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ । ନିକଟରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନାର ଆଇଆଇସି କର୍ତ୍ତବ୍ୟରତ ସାମ୍ବାଦିକ ଲୋକନାଥ ଦଳାଇଙ୍କୁ ଆକ୍ରମଣ କରି ମେଡ଼ିକାଲରେ ଗୋଡ଼ରେ ବେଡ଼ି ପକାଇ ସାଲାଇନ ଷ୍ଟାଣ୍ଡରେ ବାନ୍ଧିବା ଘଟଣାକୁ ସଂଘ ପକ୍ଷରୁ ଘୋର ନିନ୍ଦା କରାଯାଇଥିଲା । ଗଣତନ୍ତ୍ରର ଚତୁର୍ଥସ୍ତମ୍ବର ଜାଗ୍ରତ ପ୍ରହରୀ ସାମ୍ବାଦିକଙ୍କୁ ଯେଉଁଠି ପୋଲିସ ର ଏପରି ବର୍ବୋରଚିତ ଆକ୍ରମଣ କରି ବେଡ଼ି ପକାଉଛି ସେଠି ସାଧାରଣ ଜନତା କିଭଳି ନ୍ୟାୟ ପାଇବେ ତାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ବୈଠକରେ ସଂପାଦକ ମହାଦେବ ମଲ୍ଲିକ, ରାଜ୍ୟ ସଂପାଦକ ରାଜକିଶୋର ତ୍ରିପାଠୀ, ଦିଲ୍ଲୀପ ପାତ୍ର, ଉଗ୍ରସେନ କର୍ମୀ,ବିନୟ ରଞ୍ଜନ ପ୍ରଧାନ, ବିବେକାନନ୍ଦ ମିଶ୍ର, ରଞ୍ଜନ ହୋତା, ମୁରଲୀ ସାହୁ, ଲକ୍ଷେ୍ମନ୍ଦ୍ର ବେଜ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକଙ୍କୁ ଆକ୍ରମଣର ଘୋର ନିନ୍ଦା କରି ବ୍ୟାନର ଧରି ବିଭିନ୍ନ ନାରା ଦେଇଥିଲେ । ରାଜ୍ୟ ସରକାର ଖୁବଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ ବିଧାନସଭାରେ ପାରିତ କରିବା ପାଇଁ ଦାବି ଉପସ୍ଥାପନ ହୋଇଥିଲା ।

Comments (0)
Add Comment