ବିଜୁବାବୁଙ୍କ ଶ୍ରାଦ୍ଧ ଉତ୍ସବରେ ଶ୍ରଦ୍ଧାଞ୍ଜଳି

ଦଶପଲ୍ଲା : ଆଜି ହେଉଛି ଦି ଟଲ୍‌ ମ୍ୟାନ୍‌, ପ୍ରବାଦପୁରୁଷ, ମହାନ ଜନନାୟକ,ନବ ଓଡ଼ିଶାର ନିର୍ମାତା, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ସାରା ଓଡ଼ିଶା । ବିଜୁଙ୍କ ନାମରେ ଗଠିତ ବିଜୁ ଜନତା ଦଳ ନିରାଡ଼ମ୍ବର ଭାବେ ପାଳୁଛି ବିଜୁ ଶ୍ରାଦ୍ଧ ଉତ୍ସବ । ଏପ୍ରିଲ ୧୭ ତାରିଖ ୧୯୯୭ ମସିହାରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିଲା । କିନ୍ତୁ ଓଡ଼ିଶାବାସୀଙ୍କ ହୃଦୟରେ ଆଜି ବି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ରଖିଛନ୍ତି । ତାଙ୍କ ନାଁରେ ଗଠିତ ବିଜୁ ଜନତା ଦଳ ପ୍ରତିବର୍ଷ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସକୁ ନିରାଡ଼ମ୍ବର ଭାବେ ପାଳନ କରିଆସୁଛି । ଏଥର କୋଭିଡ୍‌ କଟକଣା କୋହଳ ହେବା ପରେ ରାଜ୍ୟବାସୀଙ୍କ ପ୍ରତି ବିଜେଡିର ଥିବା ପ୍ରତିବଦ୍ଧତା ଦର୍ଶାଇବାକୁ ଆଜି ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ପ୍ରତି ନିର୍ବାଚନ ମଣ୍ଡଳୀରେ ରକ୍ତ ସଂଗ୍ରହ କରାଯାଉଛି । ଓଡ଼ିଶାକୁ ନିଜ ପରିବାର ଭାବି ଜନକଲ୍ୟାଣକୁ ମୂଳମନ୍ତ୍ର କରିଥିବା ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ଗଣିଆ ବିଜୁଜନତା ଦଳର ବ୍ଲକ ସଭାପତି ସଦାଶିବ ମିଶ୍ରଙ୍କ ନେତୃତ୍ୱରେ ଗଣିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହିତ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ୱଚ୍ଛତା ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Comments (0)
Add Comment