ଭୁବନେଶ୍ୱର ୨୦/୪: ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରକୋପ ଭୟଙ୍କରଭାବେ ବଢୁଛି । ତାତିରେ ଲୋକେ ସିଝୁଛନ୍ତି । ବିଶେଷକରି,ସୋନପୁର ଅବସ୍ଥା ଅତି ସାଂଘାତିକ । ଗତ କିଛି ଦିନ ଧରି ସୋନପୁର ଜଳୁଛି । ଲଗାତାରଭାବେ ତାତିରେ ଏହା ଦେଶରେ ରେକଡର଼୍ ମଧ୍ୟ କରୁଛି । ସୋନପୁରରେ ଜିଲ୍ଲାରେ ହେଉଛି ଅଗ୍ନି ବର୍ଷା । ତାତିରେ ସମଗ୍ର ଦେଶରେ ରେକର୍ଡ କରିଥିବା ସୋନପୁର କ୍ରମାଗତ ଦ୍ୱିତୀୟ ଦିନରେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଅସହ୍ୟ ଗ୍ରୀଷ୍ମ ତାତିରେ ସୋନପୁରବାସୀ ଅସ୍ତବ୍ୟସ୍ତ ହୋଇ ପଡିଲେଣି । ଆଜି ସୋନପୁରର ସର୍ବୋଚ୍ଚ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ କରାଯାଇଛି । ଚଳିତ ବର୍ଷ ରାଜ୍ୟରେ ସର୍ବାଧିକ ତାପମାତ୍ରାରେ ସୋନପୁର ରେକର୍ଡ କରିଛି । ଗତକାଲି ସୋନପୁରର ପାରଦ ୪୪.୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ବୁଧବାର ତାପମାତ୍ରା ଆଉ ଗୋଟିଏ ଡିଗ୍ରୀ ବୃଦ୍ଧି ଘଟି ୪୪.୫ ସେଲସିୟସ ରହିଛି ।