ପ୍ୟାଥୋଲୋଜୀ ଡାକ୍ତରଙ୍କୁ ଚପଲ ମାଡ଼: ଭିଡିଓ ଭାଇରାଲ

ସମ୍ବଲପୁର: ସମ୍ବଲପୁରରେ ନୂଆଁକରି ଖୋଲିଥିବା ଏକ ପ୍ୟାଥୋଲୋଜୀ ଲ୍ୟାବରେ ଜଣେ ରୋଗୀଙ୍କ ଚିକିତ୍ସାରେ ଲାଗିଥିବା ଡାକ୍ତରଙ୍କୁ ଚପଲ ମାଡ଼ ଘଟଣା ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଗତକାଲି ଘଟିଥିବା ଏହି ଘଟଣାର ଭିଡିଓ ବର୍ତ୍ତମାନ ଭାଇରାଲ ହୋଇଯାଇଛି । ସ୍ଥାନୀୟ ଷ୍ଟେସନ ରୋଡ଼ ସ୍ଥିତ ଏହି ପ୍ୟାଥୋଲୋଜୀ ଲ୍ୟାବରେ ରୋଗର ନିଦାନ ପାଇଁ ଆସିଥିବା ରୋଗୀ ଓ ତାଙ୍କର କିଛି ଲୋକଙ୍କୁ ଅଯଥା ଅପେକ୍ଷା କରିବାକୁ ପଡ଼ିଥିଲା, ଯାହା ଫଳରେ ଏଭଳି ସ୍ଥିତି ଉପୁଜିଥିବା ବିଷୟରେ ସୂଚନା ମିଳିଛି । ଏହାକୁ ନେଇ ଦୁଇ ପ୍ରକାର ଭିନ୍ନ ମତ ପ୍ରକାଶ ପାଇଛି । ଗୋଟିଏ ମତ ଅନୁସାରେ ସିଟି ସ୍କାନ ମେସିନରେ ରୋଗୀକୁ ପୁରାଇ ଅଯଥା ଘଣ୍ଟାଏ ଖଣ୍ଡେ ବିଳମ୍ବ ହେବାରୁ ତାଙ୍କର ପ୍ରିୟଜନ ରାଗି ଗଲେ ଓ ଏଥିରେ ଉତ୍ତେଜିତ ହୋଇ ଚିକିତ୍ସକଙ୍କ ଉପରେ ଆକ୍ରମଣ କରିଥଇଲେ । ଅନ୍ୟପଟେ ଏହା ମଧ୍ୟ କୁହାଯାଉଛି ଯେ ଚିକିତ୍ସକଙ୍କ ପାଖରେ କୌଣସି ରୋଗୀ ନ ଥାଇ ସୁଦ୍ଧା ତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା ଓ ଏହା ଜାଣିବା ପରେ ଉତ୍ତେଜନାପୂର୍ଣ୍ଣ ସ୍ଥିତିରୁ ଗଣ୍ଡଗୋଳ ଓ ମାରପିଟ ହୋଇଥିଲା । ସେ ଯାହାହେଉ ଚପଲ ମାଡ଼ ଖାଇଥିବା ଡାକ୍ତର ଏହି ଘଟଣା ପରେ ସ୍ଥାନୀୟ ଟାଉନ ଥାନାରେ ଏବିଷୟରେ ଅଭିଯୋଗ କରିଥିଲେ ଓ ମାରପିଟ ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ଏହି ସବୁ ଘଟଣା ଉକ୍ତ ଲ୍ୟାବର ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି ଓ ତଦନ୍ତ ପାଇଁ ପୁଲିସ ଏହା ଜବତ କରିଛି ।

Comments (0)
Add Comment