ଆବାସ ଯୋଜନା ସାତ ସପନ, ଭଙ୍ଗା କୁଡ଼ିଆରେ କଟୁଛି ବୃଦ୍ଧାଙ୍କ ଜୀବନ

ବୌଦ୍ଧ,୧୯/୮ – ସରକାର ଗରୀବ ଅସହାୟ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବାକୁ ଯୋଜନା କରିଛନ୍ତି | ବାସ୍ତବରେ କିନ୍ତୁ ତାହାର ରୁପlୟନ କେମିତି ହେଉଛି ତୃଣମୂଳ ସ୍ତରକୁ ଗଲେ ନିଚ୍ଛକ ଚିତ୍ର ଦେଖିବାକୁ ମିଳୁଛି l ଏ ହେଉଛନ୍ତି ହରଭଙ୍ଗା ବ୍ଲକ୍ ବୀରନରସିଂହପୁର ଗ୍ରାମ ପଂଚାୟତର ନୂଆପଡ଼ା ଗ୍ରାମର ଦୁଲଣା କହଁର l ବୟସ ୮୦ ବର୍ଷ l ତାଙ୍କର ପୁଅ ଝିଅ କେହି ନାହାନ୍ତି l ଗୋଟିଏ ଭଙ୍ଗା ଦଦରା ଘରେ ବାର୍ଧକ୍ୟ ଭତ୍ତାକୁ ଭରସା କରି ଭଙ୍ଗା ଦଦରା କୁଡ଼ିଆରେ ଜୀବନ କାଟୁଛନ୍ତି l ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବାର ସ୍ବପ୍ନ ନେଇ ଯେତେ ନେହୁରା ହେଲେ ମଧ୍ୟ ଦାୟିତ୍ବରେ ଥିବା ଅଧିକାରୀ / ପ୍ରତିନିଧି କର୍ଣ୍ଣପାତ କରୁନାହାନ୍ତି l ଅସହାୟ ଅବସ୍ଥାରେ ଥିବା ହେତୁ ଟଂକା ପଇସା ଲାଞ୍ଚ ଦେଇ ପାରୁ ନଥିବା ଯୋଗୁଁ ସେ ଆବାସ ଯୋଜନାର ହିତାଧିକାରୀ ହୋଇ ପାରୁନଥିବା ଲୁହ ଭରା ଆଖିରେ ଅଭିଯୋଗ କରନ୍ତି | ତାଙ୍କ ପ୍ରତି ଜିଲ୍ଲା ଓ ବ୍ଲକ୍ ପ୍ରଶାସନ ସୁଦ୍ରୁଷ୍ଟି ଦେଇ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ଘର ଖଣ୍ଡିଏ ଯୋଗାଇ ଦେବାକୁ ଦୁଲଣା ନିବେଦନ କରିଛନ୍ତି |

Comments (0)
Add Comment