ଏହି ରାଜ୍ୟରେ ରାସନ କାର୍ଡଧାରୀଙ୍କୁ ମିଳିବ ମାଗଣା ଗ୍ୟାସ୍

ନୂଆଦିଲ୍ଲୀ: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାସନ କାର୍ଡଧାରୀ ପରିବାରଙ୍କୁ ପ୍ରତିବର୍ଷ ଦୁଇଟି ଏଲପିଜି ସିଲିଣ୍ଡରର ମୂଲ୍ୟ ସମାନ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି। ଏହି ଟଙ୍କା ସିଧାସଳଖ ଲାଭାର୍ଥୀଙ୍କ ବ୍ୟାଙ୍କ ଖାତାକୁ ଯିବ।
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଘୋଷଣା ଅନୁସାରେ, ଏହି ଆର୍ଥିକ ସହାୟତା ବର୍ଷକୁ ଦୁଇଥର ଦିଆଯିବ। ଗୋଟିଏ ଥର ହୋଲି ସମୟରେ ଏବଂ ଅନ୍ୟଟି ଦୀପାବଳି ଅବସରରେ ଲାଭାର୍ଥୀଙ୍କ ଖାତାକୁ ପଠାଯିବ।
ସରକାରୀ ଯୋଜନା ଅନୁଯାୟୀ, ରାସନ କାର୍ଡଧାରୀ ପରିବାରର ମୁଖ୍ୟଙ୍କ ଆଧାର ସହ ଲିଙ୍କ ହୋଇଥିବା ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ଟଙ୍କା ପଠାଯିବ। ଏଥିପାଇଁ ସେହି ମାସରେ ଲାଭାର୍ଥୀ ଏଲପିଜି ସିଲିଣ୍ଡର ରିଫିଲ କରିଥିବା ଆବଶ୍ୟକ ନୁହେଁ ବୋଲି ଦିଆଯାଇଥିବା ସୂଚନାରେ କୁହାଯାଇଛି।

ଏହି ସୁବିଧା ରାସନ କାର୍ଡଧାରୀ ପରିବାରଙ୍କ ପାଇଁ ସମାନ ଭାବେ ଲାଗୁ ହେବ। ରୋଷେଇରେ ଏଲପିଜି ବ୍ୟବହାର କରୁଥିବା ପରିବାର ହୁଅନ୍ତୁ କିମ୍ବା ପିଏନଜି ବ୍ୟବହାର କରୁଥିବା ପରିବାରଯୋଜନାର ଲାଭ ପାଇବାରେ ଏହା ବାଧା ହେବ ନାହିଁ। ଦିଲ୍ଲୀ ସରକାର ଏହି ଯୋଜନା ପାଇଁ ପ୍ରତିବର୍ଷ ପ୍ରାୟ ୨୪୨.୭୭ କୋଟି ଟଙ୍କା ଖର୍ଚ୍ଚ କରିବାର ଆକଳନ କରିଛି।

ଉତ୍ତରପ୍ରଦେଶରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀଙ୍କ ପାଇଁ ରହିଛି ବଡ଼ ସୁବିଧା। ଯୋଗୀ ଆଦିତ୍ୟନାଥ ସରକାର ହୋଲି ଓ ଦୀପାବଳି ଅବସରରେ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀଙ୍କୁ ମାଗଣା ଏଲପିଜି ସିଲିଣ୍ଡର ଯୋଗାଇ ଆସୁଛନ୍ତି। ଏହାର ଲାଭ ୧.୫ କୋଟିରୁ ଅଧିକ ପରିବାର ପାଉଥିବା ଦାବି କରାଯାଇଛି।

Comments (0)
Add Comment