ଶୀତଳ ଷଷ୍ଠୀ ଯାତ୍ରାରେ ସାମିଲ ହେଲାପରେ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର ଫେରିଗଲେ

ସମ୍ବଲପୁର: ଏଠାକାର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆକର୍ଷଣରେ ପ୍ରଭାବିତ ହୋଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇଦିନିଆ ଗସ୍ତରେ ଏଠାକୁ ଆସିଥିଲେ ଓ ଗସ୍ତ ସମ୍ପନ୍ନ କରି ଆଜି ପ୍ରାତଃ ଟ୍ରେନ ଦ୍ୱାରା ରାଜଧାନୀ ଭୁବନେଶ୍ୱର ଫେରି ଯାଇଛନ୍ତି । ଯିବା ପୂର୍ବରୁ ସେ କହିଛନ୍ତି ଯେ ଭାରତ ସରକାରଙ୍କ ପ୍ରଚେଷ୍ଟାରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ‘ଶୀତଳ ଷଷ୍ଠୀ’ ପର୍ବକୁ ଆଗକୁ ନେବାର ପ୍ରଚେଷ୍ଟା କରାଯିବ । ସ୍ଥାନୀୟ ନନ୍ଦପଡା, ଝାଡୁଆପଡା, ମୁଦିପଡା ଏବଂ ଏବଂ ବାଲିବନ୍ଧାରେ ‘ଶୀତଳ ଷଷ୍ଠୀ’ ଯାତ୍ରାରେ ସେ ଉତ୍ସାହ ସହ ସାମିଲ ହୋଇଥିଲେ । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ପ୍ରାତଃ ସମ୍ବଲପୁରରେ ଶିବ-ପାର୍ବତୀ ଦେବଦମ୍ପତିଙ୍କ ଅନନ୍ୟ ପରମ୍ପରାର ପର୍ବ ‘ଶୀତଳ ଷଷ୍ଠୀ’ ଯାତ୍ରାରେ ସାମିଲ ହେବାପାଇଁ ପହଞ୍ଚିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁରରେ ଶୀତଳ ଷଷ୍ଠୀ ଉତ୍ସବର ମହାନ୍‌ ପରମ୍ପରାରେ ସାମିଲ ହୋଇ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛନ୍ତି । ଭକ୍ତମାନଙ୍କ ସମାବେଶରେ ସେ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ପରେ ଯୁଗଳ ମୂର୍ତ୍ତି ଦର୍ଶନ କରିଥିଲେ ଓ କହିଛନ୍ତି ଯେ ଭାଗ୍ୟରେ ଥିଲେ ଏହି ସୁଯୋଗ ମିଳିଥାଏ । ଆଗାମୀ ଦିନରେ ଭାରତ ସରକାରଙ୍କ ପ୍ରଚେଷ୍ଟାରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ‘ଶୀତଳ ଷଷ୍ଠୀ’ ପର୍ବକୁ ଆଗକୁ ନେବାର ପ୍ରଚେଷ୍ଟା କରାଯିବ ବୋଲି ସେ ପୁନର୍ବାର କହିଛନ୍ତି ।

Comments (0)
Add Comment