ଧୂମାଭଟା ପଞ୍ଚାୟତ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ବନମାଳୀ ନାଏକ

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଅନ୍ତର୍ଗତ ଧୁମାଭଟା ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଭାବେ ବନମାଳୀ ନାଏକ କାର୍ଯ୍ୟଲୟରେ ଯୋଗ ଦେବାସହ ସୁଚାରୁ ରୂପେ ସରପଞ୍ଚ ଦାୟିତ୍ୱ ପାଞ୍ଚ ବର୍ଷ ପାଇଁ ତୁଲାଇବାକୁ ଶପଥ ଗ୍ରହଣ ନେଇଛନ୍ତି । ଧୂମା ଭଟା ପଞ୍ଚାୟତ ସରପଞ୍ଚ ଭାବେ ନିର୍ବାଚିତ ହେଇଥିବା ବନମାଳୀ ନାଏକ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ପଞ୍ଚାୟତ ନିର୍ବାହୀ ଅଧିକାରିଣୀ ଶ୍ରୀମତୀ ପ୍ରଭାସିନୀ ବେହେରାଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅନୁଷ୍ଠିତ ଶପଥ ପାଠ ଉତ୍ସବରେ ନାଏବ ସରପଞ୍ଚ ଶ୍ରୀମତୀ ଜାହ୍ନବୀ ଶବରଙ୍କ ସମେତ ସମିତିସଭ୍ୟା ସବିତା ଭୁଏ ଓ ନବ ନିର୍ବାଚିତ ୱାର୍ଡ ସଭ୍ୟ/ସଭ୍ୟାଙ୍କ ସହ ସମାଜସେବୀ ଅଚ୍ୟୁତ ସିପୁନ ଖମାରୀ ଉପସ୍ଥିତ ଥିଲେ । ସରପଞ୍ଚ ଓ ସମସ୍ତ ୱାର୍ଡ ମେମ୍ବର ଉଭୟ ମାନଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରାଯାଇଥିଲା । ଏହାପରେ ଶ୍ରୀ ଝରି ବେହେରାଙ୍କ ସଭାପତିତ୍ୱ ରେ ଏକ ସଭା ଅନୁଷ୍ଟତ ହେଇଥିଲା । ଏ ସଭାରେ ସରପଞ୍ଚ ବନମାଳୀ ନାଏକ ପଞ୍ଚାୟତବାସୀ ଆର୍ଶିବାଦ ଦେଇ ବିଜୟ କରିଥିବାରୁ ସମସ୍ତକୁ କୃତଜ୍ଞତା ଜଣାଇଥିଲେ । ଧୁମାଭଟା ପଞ୍ଚାୟତର ସମସ୍ୟା ଗୁଡ଼ିକର ସମାଧାନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ଧୁମାଭଟା ପଞ୍ଚାୟତକୁ ଏକ ସୁନ୍ଦର୍‌ ,ଦୁର୍ନୀତି ମୁକ୍ତ ପଞ୍ଚାୟତରେ ପରିଣତ କରିବା ପାଇଁ ପ୍ରତି ଶ୍ରୁତି ଦେଇଥିଲେ । ଲୋକଙ୍କ ଆଶୀର୍ବାଦ ଥିବାରୁ ବହୁତ ଆଜି ସରପଞ୍ଚ ସରପଞ୍ଚ ଶ୍ରୀ ନାଏକ ଦାୟୀତ୍ୱ ନେଇ ଥିବାରୁ ପଞ୍ଚାୟତବାସୀ ପଞ୍ଚାୟତର ସମୁହ ଉନ୍ନତି ହେବ ବୋଲି ଆଶା ବାନ୍ଧିଛନ୍ତି । ଏଥିରେ ପଞ୍ଚାୟତର ସମସ୍ତ ଜନସାଧାରଣ, ସରପଞ୍ଚଙ୍କ ସମର୍ଥକ ସମସ୍ତ ଏମବିକେ, ସିଆରପିସିଏମ ଓ ଅଙ୍ଗନୱାଡି ଆଶା ଦିଦିମାନେ ଉପସ୍ଥିତି ଥିଲେ । ମୋତି ଲାଲ୍‌ ନାଏକ ସଭା ପରିଚାଳନା କରିଥିବା ବେଳେ ପିତବାସ ସାହୁ ଓ ଅଚ୍ୟୁତ ସିପୁନ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment