ପୁରୀରେ “ଭାରତ ବନ୍ଦ’ର ପ୍ରଭାବ

ପୁରୀ: କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି, ଅହେତୁକ ଦରଦାମ ବୃଦ୍ଧି, ଶ୍ରମିକ ବିରୋଧୀ ଆଇନ, ରାଷ୍ଟ୍ରୟତ ଉଦ୍ୟୋଗକୁ ଘରୋଇ କରଣ କରିବା ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସମସ୍ତ ବାମ ଦଳ ଓ ଶ୍ରମିକ ସଂଗଠନ । ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ପୁରୀରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି । ବାମ ଦଳ ପକ୍ଷରୁ ପୁରୀ ରେଲୱେ ଷ୍ଟେସନ, କଚେରୀ ଛକରେ ବିକ୍ଷୋଭ କରାଯାଇଛି । କେନ୍ଦ୍ର ସରକାରଙ୍କ ବିରୋଧରେ ସମସ୍ତ ଜନସାଧାରଣ ଏକଜୁଟ ହୋଇ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନିତି ବିରୋଧରେ ତୀବ୍ର ପ୍ରତିବାଦ କରିବାକୁ ଆଜି ଆହ୍ୱାନ ଦିଆଯାଇଛି । ଏହି ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ବ୍ୟାଙ୍କ, ପୋଷ୍ଟ ଅଫିସର କର୍ମଚାରୀ ସଙ୍ଘ ପକ୍ଷରୁ ଆଜି ବନ୍ଦ ପାଳନ କରାଯାଇଛି । ଫଳରେ ପୁରୀରେ ଆଜି ବ୍ୟାଙ୍କ ସେବା, ଡାକ ସେବା ବନ୍ଦ ରହିଛି ।

Comments (0)
Add Comment