୩ ସପ୍ତାହ ହେଲା ଦୈନିକ ଶତାଧିକ ଆକ୍ରାନ୍ତ : ଆଜି ପୁଣି ୧୨୩ ନୂଆ ଚିହ୍ନଟ


ସମ୍ବଲପୁର,୩/୧୦-
ଦୈନିକ ଶତାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବାର ତିନି ସପ୍ତାହ ରୁ ଅଧିକ ହେଲାଣି ଓ ଦିନକୁ ଦିନ ସ୍ଥିତି ଅବନତି ଆଡ଼କୁ ଗତିକରୁଛି, ତଥାପି ଲୋକଙ୍କ ମନରେ ଚେତା ପଶୁନାହିଁ । ସ୍ଥିତି ନିୟନ୍ତ୍ରଣରେ କିପରି ଆଣିହେବ, ସେଥିପାଇଁ ଆଉ କୌଣସି ବୁଦ୍ଧିବାଟ ଦିଶୁ ନାହିଁ । ଆଜି ପୁଣି ୧୨୩ଜଣ ନୂଆ ପଜିଟିଭ ଚିହ୍ନଟ ସହିତ ସମ୍ବଲପୁର ଜିଲ୍ଲାରେ ମୋଟ ଆକ୍ରାନ୍ତ ଙ୍କ ସ°ଖ୍ଯା ୬୩୦୪ରେ ପହଞ୍ଚିଛି । ଏଭଳି ପରିସ୍ଥିତି
ପାଇଁ ପ୍ରଶାସନିକ ଅଧିକାରୀଙ୍କ ସହିତ ବୁଦ୍ଧିଜୀବୀ ମହଲରେ ମଧ୍ୟ ଭାଲେଣି ପଡିଛି । ପୁଲିସ ଲଗେଇ କୋଭିଡ କଟକଣା କାର୍ଯ୍ୟକାରୀ ଆଉ ସମ୍ଭବ ଦିଶୁ ନାହିଁ, କାରଣ ଏତେ ସ°ଖ୍ଯକ ପ୍ରତିଦିନ ଆକ୍ରାନ୍ତ ହେଉଥିବା ସତ୍ତ୍ୱେ ଏଦିଗରେ ଜନସାଧାରଣ ଙ୍କ ମନ ରେ ଆଉ ଭୟ ଭଲି କିଛି ନାହିଁ । ଅନଲକ ୪.୦ରୁ ଆଗକୁ ଯାଇ ବର୍ତ୍ତମାନ ଅନଲକ ୫.୦ କାର୍ଯ୍ୟକାରୀ ହେବାରୁ ଦୋକାନ ବଜାର ବ୍ଯତିତ ପର୍ଯ୍ୟଟନ ସ୍ଥଳୀ ଖୋଲିବା ପାଇଁ ବାଟ ପ୍ରଶସ୍ତ ହେଉଛି । ଛଅ ସାତ ମାସରୁ ଊର୍ଦ୍ଧ୍ଵ ହେବ ରୋଜଗାର ପନ୍ଥା ବନ୍ଦ ରହିଥିଲା ଓ ଏବେ ବାଟ ଖୋଲିଛି, ଯାହାକୁ ହାଥଛଡା କରିବା ପାଇଁ ଲୋକମାନେ ପ୍ରସ୍ତୁତ ନୁହନ୍ତି । ସେମାନେ ମନ ସ୍ଥିର କରି ସାରିଛନ୍ତି ଯେ ଭୋକ ଉପାସରେ ମରିବା ଅପେକ୍ଷା କରୋନା ଆକ୍ରାନ୍ତ ହୋଇ ମରିଯିବା ସହଜ ହେବ । ଏହି ପରିପ୍ରେକ୍ଷୀରେ ଯେତେ ପୁଲିସ ଲଗାଇ ଜୋରିମାନାର ଭୟ ଦେଖାଇଲେ ମଧ୍ୟ କୋଭିଡ କଟକଣା ଆଉ କୌଣସି ଭାବେ କାର୍ଯ୍ୟକାରୀ ହୋଇ ପାରୁନାହିଁ ।

Comments (0)
Add Comment