ଗୌରହରି ପାଠାଗାର ତରଫରୁ ଭାଗବତ ଜନ୍ମ ଉତ୍ସବ

ପାରଳାଖେମୁଣ୍ଡି : ସ୍ଥାନୀୟ ଗୌରହରି ପାଠାଗାର ଭାଗବତ ଟୁଙ୍ଗୀ ତରଫରୁ ଷଷ୍ଠ ତମ ଭାଗବତ ଜନ୍ମ ଉତ୍ସବ ଚିତ୍ରକର ସାହିସ୍ଥ ରାଜଗୁରୁ ମଠ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଂସ୍କୃତି ବିଭାଗ ପୁଷ୍ଟପୋଷକତା ଓ ପାରଳାଖେମୁଣ୍ଡି ପୌର ପରିଷଦର ତଦରଖରେ ପ୍ରତି ବର୍ଷ ଏହି ଉତ୍ସବ ଆୟୋଜିତ ହୋଇଥାଏ । ଶେଷ ଦେବ ଭୁକ୍ତା ଓ ଗଣପତି ପ୍ରଧାନ ପ୍ରତିଦିନ ଭାଗବତ ପଠନ ଭଜନ ଗାନ କରିଥାନ୍ତି । ଏହି ଅଞ୍ଚଳର ଭକ୍ତ ମାନେ ଏଥିରେ ଉପସ୍ଥିତ ରହି ଭାଗବତ ପୂଜାର୍ଚ୍ଚନା ଓ ଆୟୋଜିତ ହୋଇଥିବା ଅନ୍ନ ପ୍ରାସାଦରେ ଯୋଗ ଦେଇଥିଲେ । ମଠାଧିକାରୀ ସୀତା କାନ୍ତ ରାଜଗୁରୁ ଏଥିରେ ଯୋଗ ଦେଇ ଭାଗବତ ପଠନ ଦ୍ୱାରା ଆଧ୍ୟାତ୍ମିକ ମନୋଭାବ ଭକ୍ତଙ୍କ ମନରେ ଜାଗ୍ରତ ହୋଇଥାଏ ବୋଲି ମତ ପ୍ରଦାନ କରିଥିଲେ । ପାଠାଗାରର ସଭାପତି ରମେଶ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।ରାମ ଚନ୍ଦ୍ର ରାଜଗୁରୁ ଓ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପାଠାଗାରର ସମସ୍ତ ସଭ୍ୟ ଓ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ ।

Comments (0)
Add Comment