ବାଲିଗୁଡ଼ାରେ ସ୍ୱାଧୀନ କପ୍‌ ଫୁଟବଲ ଚାମ୍ପିୟନସିପ୍‌ ;ଫାଇନାଲରେ ନୂଆସାହି-ସାରଙ୍ଗଡ଼

ବାଲିଗୁଡ଼ା: ୭୮ତମ ସ୍ୱାଧୀନତା ଦିବସ ଉପଲକ୍ଷେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ କ୍ରୀଡ଼ା ସଙ୍ଗଠନ ଦ୍ୱାରା ସ୍ଥାନୀୟ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମରେ ସ୍ୱାଧୀନ କପ୍‌ ଫୁଟବଲ୍‌ ଚମ୍ପିୟନସିପ୍‌ ଆୟୋଜିତ ହୋଇଅଛି । ଏହି ଟୁର୍ଣ୍ଣାମେଣ୍ଟରେ ବାଲିଗୁଡ଼ା ଅଞ୍ଚଳର ବଛା ବଛା ୧୪ ଟି ଦଳ ଭାଗ ନେଇଥିବା ବେଳେ ସିର୍ତ୍ତିଗୁଡ଼ା ପିକେପି, ବାଲିଗୁଡ଼ା ନୁଆସାହି,ବିଏମ୍‌ କ୍ଲବ୍‌ ବିର୍ସା ମୁଣ୍ଡା ବରିପଡ଼ା ଓ ସାରଙ୍ଗଡ଼ ଟିମ୍‌ ସେମି ଫିଇନାଲରେ ପହଁଚିଥିଲେ । ଶନିବାର ଅପରାହ୍ନରେ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ସିର୍ତ୍ତିଗୁଡ଼ା ପିକେପି ଓ ବାଲିଗୁଡ଼ା ତରୁଣ କଳା ପରିଷଦ ନୁଆସାହି ମଧ୍ୟରେ ହୋଇଥିବା ବେଳେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ବିଏମ୍‌ କ୍ଲବ୍‌ ବିର୍ସା ମୁଣ୍ଡା,ବରିପଡ଼ା ଓ ସାରଙ୍ଗଡ଼ ମଧ୍ୟରେ ହୋଇଥିଲା । ଦୁଇଟି ଯାକ ମ୍ୟାଚ୍‌ ସଙ୍ଘର୍ଷ ପୂର୍ଣ୍ଣ ହୋଇଥିବା ବେଳେ ପ୍ରଥମ ମ୍ୟାଚ୍‌ ରେ ବାଲିଗୁଡ଼ା ତରୁଣ କଳା ପରିଷଦ ନୁଆସାହି ଟିମ୍‌ ୨-୦ ଗୋଲରେ ସିର୍ତ୍ତିଗୁଡ଼ାକୁ ହରାଇ ଫାଇନାଲରେ ପ୍ରବେଶ କରିଥିବା ବେଳେ ଦ୍ୱିତୀୟ ସେମିଫାଇନାଲରେ ସାରଙ୍ଗଡ଼ ଟିମ୍‌ ୨-୦ ଗୋଲରେ ବିଏମ୍‌ କ୍ଲବ୍‌ ବିର୍ସା ମୁଣ୍ଡା, ବରିପଡ଼ାକୁ ହରାଇ ଫାଇନାଲରେ ପ୍ରବେଶ କରିଛି ।

ଆସନ୍ତା ଅଗଷ୍ଟ ୧୫ ତାରିଖ ୭୮ ତମ ସ୍ୱାଧିନତା ଦିବସ ଅବସରରେ ଫାଇନାଲରେ ମୁହାଁମୁହିଁ ହେବେ ତରୁଣ କଳା ପରିଷଦ ନୁଆସାହି ଓ ସାରଙ୍ଗଡ଼ । ଫାଇନାଲରେ ବିଜୟୀ ଦଳକୁ ୫୦୦୧ ଟଙ୍କା ଅର୍ଥରାଶି ସହ ଟ୍ରଫି ଏବଂ ରନର୍ସ ଦଳକୁ ୪୦୦୧ ଟଙ୍କା ଅର୍ଥରାଶି ସହ ଟ୍ରଫି ପୁରସ୍କୃତ କରାଯିବ । ଏଥିସହିତ ଖେଳ ଶେଷରେ ବେଷ୍ଟ ଗୋଲ କିପର,ବେଷ୍ଟ ସ୍କୋରର ଓ ବେଷ୍ଟ ଡିଫେନ୍ସ ଖେଳାଳିଙ୍କ ପାଇଁ ଆୟୋଜକ ଉପଖଣ୍ଡ କ୍ରୀଡ଼ା ସଙ୍ଗଠନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଉପ ସଭାପତି ପ୍ରଶାନ୍ତ କୁମାର ସାହୁ ।ଏହି ଟୁର୍ଣ୍ଣାମେଣ୍ଟରେ ଉପଖଣ୍ଡର ସମସ୍ତ ପଦାଧିକାରୀଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ସୁଚାରୁରୂପେ ଖେଳ ସମ୍ପାଦନା କରିଛନ୍ତି । ସେମିଫାଇନାଲ ମ୍ୟାଚ୍‌ରେ ଅତିଥି ଭାବରେ ବରିଷ୍ଠ ଆଇନଜୀବି ଏସ୍‌.କେ ସାଦିକ୍‌, ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ପାଢ଼ୀ, ପାଟଖଣ୍ଡା ମନ୍ଦିର ପରିଚାଳନା ସମିତିର ସମ୍ପାଦକ ଶିବରାମ ପ୍ରଧାନୀ ସେକ୍ରେଟାରୀ, ପୁର୍ବତନ ବାଲିଗୁଡ଼ା ଏନ୍‌ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ ଯୋଗଦେଇ ଖେଳ ଶୁଭାରମ୍ଭ କରିବା ସହ ଖେଳାଳିଙ୍କ ଉତ୍ସାହିତ କରିଥିଲେ ।

Comments (0)
Add Comment