ପୁରୀ ଜିଲ୍ଲାପାଳଙ୍କ ଅଫିସ ଘେରାଉ କଲେ ବସ୍ତିବାସିନ୍ଦା

ପୁରୀ : ପୁରୀରେ ଅନେକ ବସ୍ତି ବାସିନ୍ଦା ରାଜ୍ୟ ଜାଗା ମିଶନ ଯୋଜନାରୁ ବାଦ ପଡିଛନ୍ତି । ବିଭିନ୍ନ ନିୟମକୁ ଆଳ କରି ପୁରୀ ଜିଲ୍ଲା ପ୍ରଶାସନ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ କରୁନଥିବା ଅଭିଯୋଗ ନେଇ ଆଜି ସିଟି ରୋଡ଼ ବାଙ୍କୀ ମୁହାଣ ଅଂଚଳର ୪ଟି ବସ୍ତି ବାସିନ୍ଦା ପୁରୀ ଜିଲାପାଳଙ୍କ ଅଫିସ ଘେରାଉ କରିବା ସହ ବିକ୍ଷୋଭ କରିଛନ୍ତି । ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ତାଙ୍କ ବସ୍ତି ଅଞ୍ଚଳ ଜଳାସୟ କିସମ ଜାଗା ହୋଇଥିବା ଯୋଗୁ ପ୍ରଶାସନ ତାଙ୍କୁ ପଟ୍ଟା ପ୍ରଦାନ କରୁନାହଁ । ଫଳରେ ସହ ସହ ପରିବାର ପଟା ପାଇବାରୁ ବଂଚିତ ହୋଇଛ଼ନ୍ତି । ତୁରନ୍ତ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବା ସହ ସରକାର ସହିତ ଆଲୋଚନା କରି ନୀୟମ ପରିବର୍ତ୍ତନ କରି ବସ୍ତି ବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ ପାଇଁ ଦାବି କରାଯାଇଛି । ଯଦି ପ୍ରଶାସନ କି ସରକାର ୧୫ ଦିନ ମଧ୍ୟରେ ଉପଯୁକ୍ତ ପଦକ୍ଷେପ ନ ନିଅନ୍ତି ନିଜ ହକ ପାଇଁ ବାଧ୍ୟ ହୋଇ ବସ୍ତିବାସିନ୍ଦା ରାଜ ରାସ୍ତାକୁ ଓହ୍ଲାଇବା ସହ ବ୍ୟାପକ ଆନ୍ଦୋଳନ କରିବ ବୋଲି ବସ୍ତି ବାସିନ୍ଦା ଚେତାବନୀ ଦେଇଛନ୍ତି ।

Comments (0)
Add Comment