ବେକାର ଯୁବକଯୁବତୀଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ଶିବିର ମେଳା

ପାଟଣାଗଡ଼: ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ର ବେଲପଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଡିଡିୟୁ ଜିକେୱାଇ ସିକ୍ୟୁରିଟି ଗାର୍ଡ ପାଇଁ ଯୁବକଯୁବତୀକୁ ନେଇ ଏକ ମିଟିଙ୍ଗ ହୋଇଥିଲା । ବେଲପଡା ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର ଯୁବକଯୁବତୀମାନଙ୍କୁ ଉପସ୍ଥିତ ଥିଲେ । କାଉନସେଲିଂ କ୍ୟାମ୍ପ ପ୍ରଶାସନ ଆନୁକୁଲ୍ୟରେ ୧୮ରୁ ୩୫ବର୍ଷ ଯୁବକଯୁବତୀ ମାନଙ୍କୁ ନେଇଥିଲେ । ଏଥିରେ ବିଭିନ୍ନ ବେସରକାରୀ ସଙ୍ଗଠନ ଅଧିକାରୀମାନେ ଯୋଗଦେଇ ଯେଉଁମାନେ ଇଚ୍ଛୁକ ସିକ୍ୟୁରିଟିଗାର୍ଡ ପାଇଁ ତାଙ୍କର ଆଧାର କାର୍ଡ ସ୍କୁଲ୍‌ ସାର୍ଟିଫିକେଟ ଦରକାର ବୋଲି କହିଥିଲେ । ବେକାର ଯୁବକଯୁବତୀମାନେ ଭଲ ରୋଜଗାର କରିପାରିବେ ବୋଲି କହିଥିଲେ ।ଲ ବେକାର ଯୁବକଯୁବତୀମାନେ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିବେ ବୋଲି କହିଥିଲେ । ଯେଉଁମାନଙ୍କର ଆଗ୍ରହ ହେବ ବା ଇଚ୍ଛୁକ ଅଛି କରିପାରିବେ । ସମସ୍ତ ଗ୍ରାମର ସିଆରପି ମାନେ ନିଜର ଗ୍ରାମର ଯୁବକ ଯୁବତୀମାନଙ୍କୁ ନେଇକରି ଯାଇଥିଲେ । ମୁଖ୍ୟ ଭାବରେ ଉପସ୍ଥିତ ଥିଲେ ।ନୂତନ ସରପଞ୍ଚ ହରିଚନ୍ଦ୍ର ବୁଡେକ, ରୁକ୍ମଣି ନାଗ ବିଚିତ୍ର ମୁଦୁଲି ଓ ଅଏଲଏମ ଉପସ୍ଥିତ ଥିଲେ । କେମିତି କରିବେ କଣ କରିବେ ସବୁ ବୁଝାଇ ଥିଲେ । ତିନିମାସ ପର୍ଯ୍ୟନ୍ତ ଟ୍ରେନିଙ୍ଗ ହେବ, ଖାଇବା ରହିବାକୁ ବ୍ୟବସ୍ଥା ରହିଛି । ଟ୍ରେନିଙ୍ଗ ସରିଲା ପରେ ପୋଷ୍ଟିଂ । ନିଜ ଜିଲ୍ଲା ଭିତରେ ଚାକିରି ମିଳିବ ବୋଲି କହିଥିଲେ ।

Comments (0)
Add Comment