କିଏ କେଉଁଠି କରିବେ ଜାତୀୟ ପତାକା ଉତ୍ତୋଳନ

ଭୁବନେଶ୍ୱର: କରୋନା ସଂକ୍ରମଣ ମଧ୍ୟରେ ଏଥର ରାଜ୍ୟବ୍ୟାପୀ ୭୩ତମ ଗଣତନ୍ତ୍ର ଦିବସ ପାଳନ କରାଯିବ । ଭୁବନେଶ୍ୱରସ୍ଥିତ ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେବେ । ସେହିପରି ଅନ୍ୟାନ୍ୟ ଜିଲ୍ଲା ଗୁଡ଼ିକରେ ମନ୍ତ୍ରୀ, ରାଜସ୍ୱ କମିସନର ଓ ଜିଲ୍ଲାପାଳ ମାନେ ପତାକା ଉତ୍ତୋଳନ କରିବେ । ତେବେ ରାଜ୍ୟର କେଉଁ ଜିଲ୍ଲାରେ କିଏ ପତାକା ଉତୋଳନ କରିବେ, ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି ।
ସମ୍ବଲପୁରରେ ଜିଲ୍ଲା ସ୍ତରୀୟ ପତାକା ଉତ୍ତୋଳନ ସମାରୋହରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଜାତୀୟ ପତାକା ଉତ୍ତୋଳନ କରିବେ । ସେହିପରି କଟକରେ ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ନୟାଗଡ଼ରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମୟୂରଭଂଜରରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବରଗଡ଼ରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଅନୁଗୁଳରେ ପଂଚାୟତିରାଜ ଓ ନଗର ଉନ୍ନୟନ ପ୍ରତାପ ଜେନା ଓ ସୁବର୍ଣ୍ଣପୁରରେ କୃଷି ମନ୍ତ୍ରୀ ଅରୁଣ ସାହୁ ପତାକା ଉତ୍ତୋଳନ କରିବେ ।
ସେହିପରି କେନ୍ଦୁଝରରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ସୁନ୍ଦରଗଡ଼ରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ନୂଆପଡାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ଗଂଜାମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ମାଲକାନଗିରିରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସରକା, ରାୟଗଡ଼ାରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବାଲେଶ୍ୱରରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କେନ୍ଦ୍ରାପଡ଼ାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ଜଗତସିଂହପୁରରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କନ୍ଧମାଳ ଠାରେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ପୁରୀରେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ନବରଂଗପୁରରେ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଓ କୋରାପୁଟରେ କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଜାତୀୟ ପତାକା ଉତ୍ତୋଳନ କରିବେ ।
ଅପରପକ୍ଷରେ ବ୍ରହ୍ମପୁରରେ ଦକ୍ଷିଣାଂଚଳ ରାଜସ୍ୱ କମିସନର, ରାଉରକେଲାରେ ଉତ୍ତରାଂଚଳ ରାଜସ୍ୱ କମିସନର ଓ ଖୋର୍ଦ୍ଧାରେ କେନ୍ଦ୍ରୀୟ ରାଜସ୍ୱ କମିସନର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ । ବଲାଙ୍ଗୀର, ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଯାଜପୁର, ଝାରସୁଗୁଡ଼ା ଓ କଳାହାଣ୍ଡିରେ ଜିଲ୍ଲାପାଳ ମାନେ ପତାକା ଉତ୍ତୋଳନ କରିବେ ।

Comments (0)
Add Comment