୧୦୪ ଗ୍ରାମ ହେରୋଇନ ଜବତ, ଜଣେ ଅଭିଯୁକ୍ତ

ପୁରୀ : ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ସାତପଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ କଣାସ ଥାନା ଅଧୀନ କେସରପୁର ଛକ, ଶନି ମନ୍ଦିର ନିକଟରେ ଚଢ଼ାଉ କରି ଜୀବନ ଭୋଇ(୨୨)କୁ ଗିରଫ କରିଛନ୍ତି । ତାଙ୍କ ନିକଟରୁ ୧୦୪ ଗ୍ରାମ ହେରୋଇନ ଜବତ କରାଯାଇଛି । ସାତପଡା ଅବକାରୀ ଥାନା କେସ ନଂ:- ୪୭/୨୩-୨୪ରେ କୋର୍ଟ ଚାଲାଣ କରାଯାଇଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ପୁରୀ କାରାଗାରକୁ ପଠାଯାଇଛି । ଜବତ ହେରୋଇନ ମୂଲ୍ୟ ପ୍ରାୟ ୧୦,୪୦,୦୦୦ ଟଙ୍କାରୁ ଉଦ୍ଧ୍ୱର୍ ହେବ ।

Comments (0)
Add Comment