୪୧ ଲକ୍ଷ ଜାଲ ନୋଟ ଜବତ, ଆସାମୀକୁ ଗିରଫ କଲା ଏସଟିଏଫ୍‌

ସୁବର୍ଣ୍ଣପୁର : ଏସଟିଏଫକୁ ମିଳିଛି ବଡ଼ ସଫଳତା । ଏକା ସାଙ୍ଗେ ୪୧ଲକ୍ଷରୁ ଉର୍ଦ୍ଧ୍ୱ ଜାଲ ନୋଟ ଜବତ କରିବାରେ ସଫଳ ହୋଇପାରିବ । ଗତକାଲି ୪୧ଲକ୍ଷ ୧୬ ହଜାର ଟଙ୍କାର ଜାଲ୍‌ ନୋଟ୍‌ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଏସଟିଏଫ୍‌ । ସୂଚନା ଅନୁସାରେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ୍‌ ଦ୍ୱାରା ବେଆଇନ୍‌ ଜାଲ ନୋଟ୍‌ କାରବାର ନେଇ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟିଖାଇ ନୂଆବସ୍ତିରେ ଗତକାଲି ଚଢାଉ କରାଯାଇଥିଲା । ସେଠାରୁ ଜାଲ ନୋଟ ତିଆରିରେ ବ୍ୟବହୃତ ପ୍ରିଣ୍ଟିଂ ମେସିନ ସହିତ ୪୧ଲକ୍ଷ ୧୬ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ ନୋଟ୍‌ ଜବତ୍‌ କରିଥିବା ସୂଚନା ମିଳିଛି । ଏହି ଘଟଣାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମାଟିଖାଇ ନୂଆଁବସ୍ତିର ଦୀପକ କୁମାର ମେହେରକୁ ଗିରଫ କରିବା ସହ ବୀରମହାରାଜପୁର ଏସଡିଜେଏମ କୋର୍ଟକୁ ଚାଲାଣ କରାଯାଇଥିବା ଏସଟିଏଫ ପକ୍ଷରୁ ସୂଚନା ମିଳିଛି । ଏ ନେଇ ଏସଟିଏଫପିଏସ୍‌ କେସ ନଂ୧୮/୦୨/୯/୨୦୨୩ ୟୁ/ଏସ୍‌ -୪୮୯- ଏ /୪୮୯-ବି/୪୮୯-୧୨୦(ବି)ଆଇପିସି ଆଧାରରେ ମାମଲା ରୁଜୁ ହୋଇଛି । ଏହି ଘଟଣା ରେ ପଡୋଶୀ ଛତିଶଗଡ ରାଜ୍ୟର କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ଏ ନେଇ ଅଧିକ ତଦନ୍ତ ଜାରି ରହିଛି ।

Comments (0)
Add Comment