ବାଇକ ଦୁର୍ଘଟଣାରେ ଜଣେ ଆହତ

ଘୁ.ଉଦୟଗିରି: ଆଜି ଘୁ. ଉଦୟଗିରି ବନ୍ଧ ଛକ ନିକଟରେ ଓଆର୍‌ ୦୭ ଆର୍‌ ୧୭୨୦ ନମ୍ୱର୍‌ ବିଶିଷ୍ଟ ଏକ ବାଇକରେ ତିନିଜଣ ଯୁବକ ଦ୍ରୁତ ଗତିରେ ଲୋକ ଗହଳି ମଧ୍ୟରେ ଗାଡି ଚଳାଉଥିବା ବେଳେ କୌଣସି କାରଣବଶତଃ ଦୁର୍ଘଟଣାର ଶିକାର ହୋଇଥିବା ଦେଖିବାକୁ ମିଳିଛି । ଦୁର୍ଘଟଣା ପରେ ଯୁବକ ମାନେ ଦୁର୍ଘଟଣାକୁ ଖାତିର ନ କରି ନିଜ ମୋବାଇଲ ଦ୍ୱାରା ସେଲଫି ଉଠାଇଥିଲେ ଦ୍ରୁତଗତିରେ ଯାଉଥିବା ବେଳେ ପୁଣି କଳିଙ୍ଗ ମହାବିଦ୍ୟାଳୟ ନିକଟରେ ଦୁର୍ଘଟଣା ହୋଇଥିଲେ । ଦୁର୍ଘଟଣାରେ ରାଇକିଆ ବ୍ଲକ ଅଧିନରେ ଥିବା ପେଟାପାଙ୍ଗା ପଞ୍ଚାୟତର ବେଲପାଙ୍ଗା ଗ୍ରାମର କାଶାରା ପ୍ରଧାନଙ୍କ ପୁଅ ତନୁଜ ପ୍ରଧାନ(୧୮) ବୋଲି ସୂଚନା ରହିଛି ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡଃ ସତ୍ୟଜିତ ରାଉତ ପ୍ରାଥମିକ ଚିକିତ୍ସା କରିଥିବା ବେଳେ ତାଙ୍କର ଶରୀରରେ ଅଧିକ କ୍ଷତି ହୋଇନଥିବା ସୂଚନା ଦେଇଛନ୍ତି ।

Comments (0)
Add Comment