ପୁରୀ: ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣାଙ୍କ ପରଲୋକ ଘଟିଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିବାବେଳେ ଆମ୍ରି ହସ୍ପିଟାଲରେ ରବିବାର ସନ୍ଧ୍ୟାରେ ପରଲୋକ ଗମନ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୫ବର୍ଷ ହୋଇଥିଲା । ସୋମବାର ପୂର୍ବାହ୍ନରେ ତାଙ୍କର ପାର୍ଥିବ ଶରୀରକୁ ସ୍ୱର୍ଗଦ୍ୱାର ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା । ଏକମାତ୍ର ପୁତ୍ର ଅଭିଳାଷ ମହାରଣା ମୁଖାଗ୍ନୀ ଦେଇଥିଲେ । ସ୍ୱର୍ଗଦ୍ୱାରର ବହୁ ଗଣମାଧ୍ୟମ ପ୍ରତିନିଧି ତାଙ୍କର ଅନ୍ତିମ ଦର୍ଶନ କରିବା ସହ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାଙ୍କର ମୃତ୍ୟୁରେ ସହରରେ ଶୋକର ଛାୟା ଖେଳିଯାଇଛି । ଗଞ୍ଜାମ ଜିଲ୍ଲା ଆସିକାର ମୂଳ ବାସିନ୍ଦା ଶ୍ରୀ ମହାରଣା ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମ୍ବାଦିକତା କରି ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ ।