ହରଭଙ୍ଗା ବ୍ଲକରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ହରଭଙ୍ଗା: ହରଭଙ୍ଗା ବ୍ଲକ ଚାରିଛକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଦିନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଯୋଗଦେଇ ଶୁଭାରମ୍ଭ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାୟକ, ଜିଲ୍ଲା ଲୋକ ସୂଚନା ସମ୍ପର୍କ ଅଧିକାରୀ ରୀତିକାନ୍ତ ବଳିୟାର ସିଂ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ରାଜସ୍ୱ ବିଭାଗ ଓ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ, ଅଗ୍ନିଶମ, ପୋଲିସ ବିଭାଗ ଯୋଗଦେଇଥିଲେ । ଉକ୍ତ ଶିବିରରେ ମୋଟ ୨୦୧ ଜଣ ପଞ୍ଜିକରଣ କରିଥିବା ବେଳେ ୧୭ଜଣ ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର, ୧୩ ଜଣଙ୍କୁ ଟ୍ରାଏ ସାଇକେଲ, ୫ଜଣକୁ ଶ୍ରବଣ ଯନ୍ତ୍ର, ୭ଜଣକୁ ଭତ୍ତା ପ୍ରଦାନ, ୪ଜଣକୁ ଆଶାବାଡି ଏବଂ ୫୬ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ଯୋଗାଇ ଦେଇଥିବା ଜଣାପଡିଛି ।

Comments (0)
Add Comment