ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିବସରେ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂର୍ବତନ ସଦସ୍ୟ ସ୍ବର୍ଗତ ହେମେନ୍ଦ୍ର ପ୍ରସାଦ ମହାପାତ୍ର, ପୂର୍ବତନ ସଦସ୍ୟ ସ୍ବର୍ଗତ କୃଷ୍ଣଚନ୍ଦ୍ର ମଲ୍ଲିକ, ଓଡ଼ିଶା ପୋଲିସର ପୂର୍ବତନ କନେଷ୍ଟବଳ, ସ୍ବର୍ଗତ ସରୋଜ କୁମାର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକୁ ସମର୍ଥନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍, ସିପିଆଇଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ।
ସେପଟେ ଅହରାହ୍ନ ୪ଟା ୩୦ରେ ଗୃହରେ ଅଭିଭାଷଣ ରଖିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅପରାହ୍ନ ୪ଟା ୨୦ରୁ ସାଢ଼େ ୫ଟା ପର୍ଯ୍ୟନ୍ତ ବିଧାନସଭାରେ ଉପସ୍ଥିତ ରହିବେ ରାଷ୍ଟ୍ରପତି । ବିଧାନସଭା ସଦସ୍ୟଙ୍କୁ ରାଷ୍ଟ୍ରପତି ଦେବେ ଗୁରୁମନ୍ତ୍ର । ବିଧାୟକ ଭାବେ ସଦସ୍ୟଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ କ’ଣ ହେବା ଆବଶ୍ୟକ ସେନେଇ ସଦସ୍ୟଙ୍କୁ ମନ୍ତ୍ର ଦେବେ ରାଷ୍ଟ୍ରପତି । ଯେହେତୁ ରାଷ୍ଟ୍ରପତି ଏହି ଓଡ଼ିଶା ବିଧାନସଭାର ସଦସ୍ୟ ଥିଲେ, ପରିବହନ ବିଭାଗର ମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ, ସେ ସମୟର ଅଭିଜ୍ଞତା କହିବେ ।