ଭୁବନେଶ୍ବର: ଥରୁଛି ସାରା ଓଡିଶା । କଲବଲ ହେଉଛନ୍ତି ଲୋକେ। ଆଜି ରାଜଧାନୀରେ ସକାଳ ସାଢ଼େ ୫ଟାରେ ତାପମାତ୍ରା ୧୧.୪ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି। ଭୁବନେଶ୍ବରରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। କଟକରେ ବି ଅନୁରୂପ ସ୍ଥିତି। ଏଣେ ରାଇକଳା ଓ କେନ୍ଦୁଝରରେ ୩.୬ ଡିଗ୍ରିକୁ ଖସିଛି ପାରଦ। ଦାରିଙ୍ଗବାଡ଼ି ଓ କନ୍ଧମାଳରେ ପାରଦ ୩.୭ ଡିଗ୍ରି ଥିବା ବେଳେ ଥୁଆମୂଳ ରାମପୁର ଓ କଳାହାଣ୍ଡିରେ ୩.୯ ଡିଗ୍ରି ରେକର୍ଡ ହୋଇଛି।ତେଣେ ଘୁ.ଉଦୟଗିରିରେ ଚଳିତ ବର୍ଷ ସମସ୍ତ ରେକର୍ଡ଼ ଭାଙ୍ଗିଲା ଶୀତ। ତାପମାତ୍ରା ୩ ଡିଗ୍ରି ରେକର୍ଡ। ଚଳିତ ବର୍ଷର ସବୁଠାରୁ କମ ତାପମାତ୍ରା। ଜାଡ଼ରେ ଥରୁଛି ସାରା ଅଞ୍ଚଳ। କଲବଲ କଲାଣି ଅସହ୍ୟ ଶୀତ। ରାଜ୍ୟର ସର୍ବାଧିକ ତାପମାତ୍ରାର ସହର ଝାରସୁଗୁଡ଼ାରେ ତାପମାତ୍ରା ୭୨ ବର୍ଷର ରେକର୍ଡ ଭାଙ୍ଗିଛି। ସୋମବାର-ମଙ୍ଗଳବାର ରାତିରେ ଏଠାରେ ତାପମାତ୍ରା ୫-ରୁ ୬ଡିଗ୍ରି ରେକର୍ଡ କରାଯାଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତ ସପ୍ତାହ ଥଣ୍ଡାରୁ ଆଶ୍ବସ୍ତି ମିଳିବା ସମ୍ଭାବନ କମ୍ ରହିଛି।