ଭୁବନେଶ୍ୱର: ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମ୍ଦାର(ଦାଦା)। ସ୍ନାୟୁଜନିତ ସମସ୍ୟାରେ ସୁଧାର ନ ଆସିବାରୁ ପୁଣି ଆଇସିୟୁକୁ ସ୍ଥାନାନ୍ତର ହୋଇଛନ୍ତି ଦାଦା। ଗତ ୨୪ ଘଣ୍ଟାରେ ଅଭିଜିତ୍ଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତେବେ ସେପ୍ଟେମ୍ବର ୪ରୁ ଏମ୍ସରେ ଚିକିତ୍ସିତ ହେଉଛନ୍ତି ଅଭିଜିତ୍।
ଅଗଷ୍ଟ ୨୭ରେ ଗଣେଶ ପୂଜା ସମୟରେ ସଙ୍ଗୀତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସମସ୍ୟା ଅନୁଭବ କରିବା ପରେ ଅଭିଜିତ୍ଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନ୍ୟ ଏକ ଘରୋଇ ହସ୍ପିଟାଲର ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ସେପ୍ଟେମ୍ବର ୪ରେ ତାଙ୍କୁ ଏମ୍ସ-ଭୁବନେଶ୍ୱରକୁ ରେଫର କରାଯାଇଥିଲା, ଯେଉଁଠାରେ ତାଙ୍କୁ ହାଇପରଟେନସନ, ହାଇପୋଥାଇରଏଡିଜମ ଓ କ୍ରନିକ ଯକୃତ ରୋଗ ସମେତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଚିହ୍ନଟ ହୋଇଛି।