ବାଲିଗୁଡା:ମୁଖ୍ୟମନ୍ତ୍ରୀ ବସ୍ ସହ ଘରୋଇ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା । ବସ୍ ଷ୍ଟପ୍ ରେ ମୁଖ୍ୟମନ୍ତ୍ରୀ ବସ୍ (ଲକ୍ଷ୍ମୀ ବସ୍) ଯାତ୍ରୀ ଓହ୍ଲାଉଥିବା ବେଳେ ଧକ୍କା ଦେଲା ଘରୋଇ ଯାତ୍ରୀବାହୀ ବସ୍ । କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ବସ୍ ର ଡ଼୍ରାଇଭରଙ୍କ ଡାହାଣ ଗୋଡ଼ରେ ଲାଗିଛି ଆଘାତ । ୫୯ ନଂ ଜାତୀୟ ରାଜପଥର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମହାସିଙ୍ଗି ପଞ୍ଚାୟତ ଛକରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ କ.ନୁଆଗାଁ ବିଡ଼ିଓ ଶୁଭ୍ରାଞ୍ଜଳି ପ୍ରଧାନ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ବସ୍ ଡ୍ରାଇଭର ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣାର କାରଣ ଏଯାବତ୍ ଅସ୍ପଷ୍ଟ ରହିଥିବା ବେଳେ ଘରୋଇ ବସର ବ୍ରେକ୍ ଫେଲ୍ ହୋଇଥିବା ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।