ବିଦ୍ୟୁତ ତାର ଲାଗି ଜଣେ ମୃତ, ଜଣେ ଗୁରୁତର

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସହର ଗଣ୍ଡାବାହାଳ ସ୍ଥିତ ନିଜ ବାସଭବନର ଛାତ ଉପରେ ମୁଖ୍ୟ ଲାଇନ ତାର ଯାଇଥିବା ବେଳେ ତାଙ୍କ ଘରେ ଲାଗିଥିବା ଷ୍ଟିଲ ବାଡା ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଗଣ୍ଡାବାହାଳର ବାଲ୍ମିକ ପୁରୋହିତ ବୋଲି ଜଣାପଡିଛି । ସେହିପରି ଗୁରୁତର ଅବସ୍ଥାରେ ତାଙ୍କ ସ୍ତ୍ରୀ ସୁବାଷିନୀ ପୁରୋହିତଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପ୍ରଥମେ ସୁବାଷିନୀଙ୍କୁ ଉଲୁଣ୍ଡା ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ଅବସ୍ଥା ସଙ୍ଗିନ ହେବାରୁ ତାଙ୍କୁ ବୁର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସହର ତଥା ଗ୍ରାମାଞ୍ଚଳରେ ମୁକୁଳା ହୋଇପଡିଥିବା ବିଦ୍ୟୁତ ତାର ତଥା ଟ୍ରାନ୍ସଫରମରର ରକ୍ଷଣାବେକ୍ଷଣ କରିବା କୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Comments (0)
Add Comment