ପତଣ୍ଡା ଗ୍ରାମରୁ ହରିଣ ଉଦ୍ଧାର

ଗଣିଆ : ଆଜି ଗଣିଆ ବ୍ଳକ କିଶୋର ପ୍ରସାଦ ପଞ୍ଚାୟତ ପତଣ୍ଡା ଗ୍ରାମ ଭିତରୁ ଏକ ହରିଣ ଉଦ୍ଧାର କରିଛି ବନବିଭାଗ । ଘଟଣାରୁ ଜଣାପଡିଛି ଶୁକ୍ରବାର ଅପରାହ୍ନରେ ଏକ ହରିଣ ପତଣ୍ଡା ଭିତରକୁ ଚାଲି ଆସିଥିଲା I ସ୍ଥାନୀୟ ଲୋକେ ହରିଣଟିକୁ କାବୁ କରି ଗଣିଆ ବନବିଭାଗକୁ ଖବର ଦେଇଥିଲେ । ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଂଚି ହରିଣଟିକୁ ଉଦ୍ଧାର କରି ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟରେ ଆଶୁ ଚିକିତ୍ସା କରିବା ପରେ ସ୍ଥାନୀୟ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି । ତେବେ ହରିଣଟି ସଂପୂର୍ଣ୍ଣ ସୁସ୍ଥ ଥିବା ଫରେଷ୍ଟର ମନୋଜ ପ୍ରଭାକର ସାହୁ ସୂଚନା ପ୍ରଦାନ କରିଛନ୍ତି ।

Comments (0)
Add Comment