ଭୁବନେଶ୍ବର: ବଢ଼ୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀରେ ଏହା ହେଉଛି ଦ୍ବିତୀୟ ବନ୍ୟା ପାଣି । ପ୍ରଥମ ବନ୍ୟା ଗତ ଅଗଷ୍ଟ ୧୪ ତାରିଖରେ ଆସିଥିଲା । ବନ୍ୟା ପ୍ରଭାବିତ ଅଞ୍ଚଳରୁ ଏଯାଏ ପାଣି ଛାଡି ନଥିବା ବେଳେ ଆଉ ଏକ ବନ୍ୟା ନଦୀକୁଳିଆ ବାସୀଙ୍କୁ ଡରାଇଲାଣି ।
ମଙ୍ଗଳବାର ବାଲେଶ୍ୱର ଜିଲ୍ଲପାଳ ଓ ରାଜ୍ୟ ଯୋଗାଣ ନିଗମର ନିର୍ଦ୍ଦେଶକ ଭୋଗରାଇ ଗସ୍ତ କରି ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସମସ୍ତ ସରକାରୀ ଅଧିକାରୀ ମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୁବର୍ଣ୍ଣରେଖା ନଦୀର ରାଜଘାଟ ଠାରେ ସତର୍କ ସୂଚନା ଉପରେ ପ୍ରବାହିତ ହେଉଛି ।
ସେପଟେ, ଖୋଲିଲା ହୀରାକୁଦର ଆଉ ଦୁଇଟି ଗେଟ୍ । ପୂର୍ବରୁ ହୀରାକୁଦ ଡ୍ୟାମ୍ର ଖୋଲାଥିଲା ୧୫ଟି ଗେଟ୍ । ମୋଟ୍ ୧୭ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ବାମ ପାର୍ଶ୍ୱର ୧୧ଟି ଓ ଡାହାଣ ପାର୍ଶ୍ୱର ୬ଟି ଗେଟ୍ ଦେଇ ପାଣି ନିଷ୍କାସନ କରାଯାଉଛି । ହୀରାକୁଦ ଜଳସ୍ତର ଏବେ ରହିଛି ୬୨୦.୧୭ ଫୁଟ୍ ମିଟର । ଏବେ ସେକେଣ୍ଡ ପିଛା ହୀରାକୁଦକୁ ପ୍ରେବେଶ କରୁଛି ୩ ଲକ୍ଷ ୭୭ ହଜାର ୮୧ କ୍ୟୁସେକ ଜଳ । ସେହିଭଳି ନିଷ୍କାସିତ ହେଉଛି ୨ ଲକ୍ଷ ୬୮ ହଜାର ୮୮୩ କ୍ୟୁସେକ ଜଳ ।