ପାଣ୍ଡରାସିଙ୍ଗା ହତ୍ୟାକାଣ୍ଡ ଘଟଣାରେ ୪ ଜଣଙ୍କୁ କୋର୍ଟ ଚାଲାଣ

ଗଣିଆ: ଗଣିଆ ଥାନା କିଶୋର ପ୍ରସାଦ ପଞ୍ଚାୟତ ପାଣ୍ଡରାସିଙ୍ଗା ଗ୍ରାମରେ ସାଙ୍ଗକୁ ଛୁରି ଭୂସି ହତ୍ୟା ଘଟଣାରେ ଅଟକ ଥିବା ୪ ଜଣଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ଗଣିଆ ପୋଲିସ । ଏହି ଘଟଣାରେ ହତ୍ୟାକାରୀ ଗଙ୍ଗାଧର ରାଉତ(ସନିଆ),ଭାଉଜ ନିବାସୀ ରାଉତ, ପୁତୁରା ଶୁଭମ ରାଉତ ଏବଂ ଅଭିଯୁକ୍ତର ନାବାଳକ ପୁଅକୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ତା’ର ସାଙ୍ଗ ପୁରୁଷୋତ୍ତମ ପ୍ରଧାନକୁ ହତ୍ୟା କରି ସାରିବା ପରେ ତାଙ୍କ ଭାଇ ଘରେ ଲୁଚିକରି ରହିଥିଲେ । ହତ୍ୟାରେ ବ୍ୟବହୃତ ଛୁରୀଟିକୁ ଅଭିଯୁକ୍ତର ପୁଅ ଏବଂ ପୁତୁରାଙ୍କ ସହଯୋଗରେ ଗ୍ରାମ ନିକଟରେ ଥିବା ପରିତ୍ୟକ୍ତ କୂଅରେ ଫିଙ୍ଗା ଯାଇଥିବାରୁ ସେମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।  ହତ୍ୟା ଘଟଣାରେ ବାପାକୁ ଫାଶି ହୋଇଯିବା ୟୁଟ୍ୟୁବରୁ ଜାଣିବା ପରେ ବାପାକୁ ବଞ୍ଚାଇବାକୁ ଯାଇ ନାବାଳକ ପୁଅ ଛୁରୀଟିକୁ କପଡା ଗୁଡ଼ାଇ କୂଅ ଭିତରେ ପକାଇ ଦେଇଥିବା ପ୍ରକାଶ କରିଛି । ୪ ଜଣଙ୍କୁ ନୟାଗଡ଼ କୋର୍ଟରେ ହାଜର କରାଯାଇଥିବା ଜଣାପଡ଼ିଛି ।

Comments (0)
Add Comment