କୋଣାର୍କରେ ରାଜ୍ୟ ବିଜେପି ପକ୍ଷରୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର

ପୁରୀ: କୋଣାର୍କରେ ରାଜ୍ୟ ବିଜେପି ପକ୍ଷରୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି । ବିଜେପିର ନିର୍ବାଚିତ ଜିଲା ପରିଷଦ ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କୁ ନେଇ ଏହି ଦୁଇଦିନିଆ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି । ବିଜେପି ଦଳର ଇତିହାସ, ଏହାର ଲକ୍ଷ୍ୟ, ପଞ୍ଚାୟତ ସ୍ତରରେ କେନ୍ଦ୍ର ସରକାରଙ୍କ ଯୋଜନାକୁ କିଭଳି ଠିକରେ ପହଞ୍ଚାଯାଇପାରିବ, କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଯେଭଳି ଠିକ୍‌ରେ ଲୋକ ମାନେ ପାଇପାରିବେ ସେ ନେଇ ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି । କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରୀ ଅଶ୍ୱିନୀ ଚୌବେ, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶେଶ୍ୱର ଟୁଡୁ ଏହି କାର୍ଯକ୍ରମକୁ ଉଦଘାଟନ କରିଥିଲେ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ବିଜେପିର ବହୁ ବରିଷ୍ଠ ନେତା ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣ କାରୀ ଯୋଜନା ଯେଭଳି ବାଟମାରଣା ନ ହୁଏ, କିଭଳି ଲୋକଙ୍କ ଉନ୍ନତି ହୋଇପାରିବ, ବିଜେପି ସରକାର ପ୍ରତି ଲୋକଙ୍କ ଅସ୍ଥା ବଢିବ, ଆଗାମୀ ୨୦୨୪ ପାଇଁ କିଭଳି ନିର୍ବାଚନ ରଣନୀତି ରହିବ ସେ ନେଇ ବିଜେପିର ବରିଷ୍ଠ ନେତା ମାନେ ଗୁରୁମନ୍ତ୍ର ପ୍ରଦାନ କରିଥିଲେ ।

Comments (0)
Add Comment