ସମୁଦ୍ରରେ ବୁଡିଯାଉଥିଲେ ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ : ପୁରୀ ହୋଟେଲ ସମ୍ମୁଖ ବେଳାଭୂମିରେ ସ୍ନାନ ସମୟରେ ପର୍ଯ୍ୟଟକ ଉଦ୍ଧାର । ସମୁଦ୍ରରେ ବୁଡି ଯାଉଥିବା ସମୟରେ ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଲାଇଫଗାର୍ଡ । ପର୍ଯ୍ୟଟକ ଜଣକ ହେଉଛନ୍ତି ଝାଡ଼ଖଣ୍ଡର ଗିରିଭର ରାମ । ଉଦ୍ଧାର ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଛି । ସୂଚନା ମୁତାବକ ଗିରିଭର ରାମ ଗତ କାଲି ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ । ଆଜି ସକାଳୁ ନିଜ ପରିବାର ସହ ସମୁଦ୍ରରେ ସ୍ନାନ ସମୟରେ ଉଚ୍ଚ ଢେଉ ମାଡ଼ରେ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ ଗିରିଭର । ବେଳାଭୂମି କୂଳରେ ଥିବା ଲାଇଫଗାର୍ଡ ମାନେ ବୁଡିଯାଉଥିବା ପର୍ଯ୍ୟଟକକୁ ଦେଖି ଟିୟୁ ଧରି ସମୁଦ୍ରକୁ ଲମ୍ଫ ମାରି ଉଦ୍ଧାର କରିଥିଲେ । ଲାଇଫଗାର୍ଡ ଯୋଗୁଁ ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି ଗିରିଭର ରାମ ।

Comments (0)
Add Comment