ମାଟି ତଳୁ  ବାହାରିଲା ବିଡା ବିଡା ଟଙ୍କା

ଦେବଗଡ: ଦେବଗଡରେ ମାଟି ତଳୁ  ବାହାରିଲା ବିଡା ବିଡା ଟଙ୍କା । ଲକ୍ଷେ ନୁହେଁ କି ଦୁଇ ଲକ୍ଷ ନୁହେଁ , ଏକାବେଳେ ମାଟିତଳୁ ସମ୍ବଲପୁର ପୋଲିସ୍  ନଗଦ ୩୨ଲକ୍ଷ ଟଙ୍କା ଜବତ କରିଛି । ଏକ ଜରି ବସ୍ତା ଭିତରେ ବିଡା ବିଡା ୫୦୦ ଟଙ୍କିଆ ନୋଟ୍ ରହିଛି । ସମ୍ବଲପୁରର ଏକ ହୋଟେଲରୁ ଏହି ଟଙ୍କା ଚୋରୀ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଗତ ୧୬ ତାରିଖରେ ସମ୍ବଲପୁରର ଭିଏସଏସ ମାର୍ଗ ହୋଟେଲରୁ ୩୯ଲକ୍ଷ ଟଙ୍କା ଚୋରି ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ଥାନାରେ ଅଭିଯୋଗ ପରେ ପୋଲିସ୍ ଛାନଭିନ୍ ଜାରି ରଖିଥିଲା । ଘଟଣାର ତଦନ୍ତ ସମୟରେ ହୋଟେଲର ସିସିଟିଭି ଯାଞ୍ଚ କରିବାରୁ ହୋଟେଲର ଜଣେ ପୂର୍ବତନ କର୍ମଚାରୀ ଏହି ଚୋରିରେ ସଂପୃକ୍ତ ଥିବା ଜଣା ପଡିଥିଲା । ପୋଲିସ୍ ପୂର୍ବତନ ହେଟେଲ କମଚାରୀଙ୍କ ସମେତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥଲା । ଗିରଫ ୪ଜଣଙ୍କୁ ପଚରାଉଚରା କରି ଟଙ୍କା ମାଟି ତଳେ ଥିବା ପୋଲିସ୍ ସୂଚନା ପାଇଥିଲା ଓ ଆଜି ସେହି ଟଙ୍କାକୁ ପୋଲିସ୍ ଜବତ କରିଛି ।

Comments (0)
Add Comment