ପାଟଣାଗଡ଼ : ପାଟଣାଗଡ଼ ପ୍ରଶାସନ ପକ୍ଷରୁ ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ ସମାରୋହ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ଼ ସହର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ପରେ ସ୍ଥାନୀୟ ରମାଇଁ ହାଇସ୍କୁଲ ଶ୍ରେଣୀ ଗୃହ ପରିସରରେ ପ୍ରଶାସନ ପକ୍ଷରୁ ଆୟୋଜିତ ୮୬ତମ ଓଡ଼ିଶା ଦିବସ ସମାରୋହରେ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀ ମୁଖ୍ୟ ଅତିଥି , ଅବସର ପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସେକ ଅବଦ୍ଦୁଲ କସମ ମୁଖ୍ୟ ବକ୍ତା ,ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ, ଏନ୍ଏସି ଅଧ୍ୟକ୍ଷା ମାନସୀ ବିଶ୍ୱାଳ , ଖପ୍ରାଖୋଲ ବ୍ଳକ ଅଧ୍ୟକ୍ଷା ନିରୁପମା ପଟେଲ ବେଲପଡା ବ୍ଳକ ଅଧ୍ୟକ୍ଷା ଟିନା କୁମ୍ଭାର ପ୍ରମୁଖ ବରଣ୍ୟ ଅତିଥି ଭାବେ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ୱଳନ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମୁଖ ଅତିଥି ଉପଜିଲ୍ଲାପାଳ ଶ୍ରୀ ସେଠି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସମପର୍ଣ ତ୍ୟାଗର ସ୍ୱପ୍ନ ଦେଖାଉଥିବା ମହାମାନବଙ୍କ ଚିନ୍ତାଧାରା କ’ଣ ଥିଲା ତାହାକୁ ଉପଲବ୍ଧି କରିବା ,ଓଡିଆ ଭାଷାକୁ ନେଇ ଗର୍ବ କରିବା ଓଡିଆରେ କଥାବାର୍ତ୍ତା ଓ ଦରଖାସ୍ତ ଲେଖିବା ତାହେଲେ ଓଡିଶା ଦିବସ ପାଳନ ସହ ସମନ୍ୱୟ ରହିଲେ ଲକ୍ଷ୍ୟ ସାଧିତ ହୋଇପାରିବ ବୋଲି କହିଥିଲେ । ମୁଖ୍ୟବକ୍ତା ଶ୍ରୀ ସେକଅବଦ୍ଦୁଲ କସମ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ବର୍ତ୍ତମାନ କବି ଡଃ ରମାକାନ୍ତ ପଣ୍ଡାଙ୍କ ଉଦୃତ ଜାତି ଅଛି ସ୍ୱପ୍ନ ନାହିଁ ଉକ୍ତିର ଉଦାହରଣ ଦେଇ ବକ୍ତବ୍ୟ ରେ କହିଲେ ଯେ ଯେଉଁ ଜୀବନରେ ସ୍ଥାଣୁତା ରହିଛି ତେବେ ବିକଶିତ ହୋଇପରିବ ନାହିଁ । ଦଶଟି ସୂତ୍ର ପାଳନ ପୂର୍ବକ ଓଡିଶା, ସାହିତ୍ୟ ,ମାତୃଭାଷାକୁ ଭଲ ପାଇବା ହୃଦୟରେ ସ୍ଥାୟୀ ଅନୁରାଗ ନଥାଏ , ଜୀବନ ଥାଇ ଯଦି ଅନୁଭବ ନଥାଏ ତେବେ ସେ ଜୀବ ଜୀବନ ନୁହେଁ ବୋଲି କହିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତୀ ଛାତ୍ରୀଛାତ୍ରଙ୍କୁ ଅତିଥିମାନେ କରିଥିଲେ । ସଂଗୀତରେ ବର୍ଷା ରାଣୀ ତ୍ରିପାଠୀ ପ୍ରଥମ ସ୍ଥାନ, ମନୀସା ମଞ୍ଜରୀ ବିଶୋଇ, ଦ୍ୱିତୀୟ ଓ ତୃତୀୟ ଅନ୍ମେଷା ଠାକୁର ସ୍ଥାନ ଅଧିକାର କରିଥିବା ବେଳେ ବକୃକ୍ତାରେ ସୁଜଳ କୁମାର ପଣ୍ଡା ପ୍ରଥମ,ଆୟୁଷ ମେହେର ଦ୍ୱିତୀୟ ,ପ୍ରିୟନ୍ସୀ ମେହେର ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏଥିରେ ଉପଖଣ୍ଡ ସମସ୍ତ ଗଣମାଧ୍ୟମ ପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତି, ଉପଖଣ୍ଡ ଡାକ୍ତରଖାନା ଅଧିକାରୀ ଡକ୍ଟର ପିତବାସ ସା, ଅଧ୍ୟକ୍ଷ, ଅଧ୍ୟାପକ, ଅନୁପମା ପଣ୍ଡା, ସୁପରଭାଇଜର, ଅଙ୍ଗନୱାଡି କର୍ମୀ, ଆଶା, ପ୍ରଶାସନ ଅଧିକାରୀ ଉପସ୍ଥିତ ଥିଲେ । ଉପଖଣ୍ଡ ଲୋକ ସୂଚନା ଅଧିକାରୀ ସଞ୍ଜିବ କୁମାର ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।