ଭାରତ ପ୍ରସିଦ୍ଧ ଦଶପଲ୍ଲା ଲଙ୍କାପୋଡି ଯାତ୍ରାକୁ ସରସସୁନ୍ଦର କରିବା ପାଇଁ ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ

ଦଶପଲ୍ଲା : ୧୮୦୨ ମସିହାରୁ ପ୍ରଚଳିତ ତଥା ଅଭିନିତ ମହାବୀର କ୍ଷେତ୍ର ଦଶପଲ୍ଲାର ବୃହତ୍‌ ମୁକ୍ତାକାଶ ରଙ୍ଗମରେ ଅନୁଷ୍ଠିତ ହେଉଥିବା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ରଙ୍କ ନୀଳାଭିନୟ ବା ଲଙ୍କାପୋଡି ଯାତ୍ରା (ରାବଣ ପୋଡ଼ି ଯାତ୍ରା) ଭାରତ ପ୍ରସିଦ୍ଧ ହୋଇଥିଲେ ମଧ୍ୟ ଉପଯୁକ୍ତ ପ୍ରଚାର ପ୍ରସାର ଅଭାବରୁ ଏହା ବିଶ୍ୱ ଦରବାରରେ ଅଦ୍ୟାବଧି ସୁପରିଚିତ ହୋଇପାରିନାହିଁ । ଏହାର ସଠିକ୍‌ ପ୍ରଚାର ପ୍ରସାର ଓ ବିଶ୍ୱ ଦରବାରରେ ଅଧିକ ସୁପରିଚିତ କରିବା ସକାଶେ ଲଙ୍କାପୋଡି ଯାତ୍ରା କମିଟିର ସଭାପତି ତଥା ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରୟାସରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଆହ୍ୱାନ କରାଯାଇଥିଲା । ଏଥିରେ ଦଶପଲ୍ଲା ବ୍ଲକ୍‌ ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନ୍‌ଏସି ଅଧ୍ୟକ୍ଷା ପୁନମ୍‌ ପ୍ରୀୟଦର୍ଶିନୀ ଓ ଲଙ୍କାପୋଡି ଯାତ୍ରା କମିଟିର ସଂପାଦକ ପରେଶ୍‌ କୁମାର ସିଂ, କୋଷାଧ୍ୟକ୍ଷ ଭବାନୀ ପ୍ରସାଦ ମିଶ୍ର, ବରିଷ୍ଠ ପରିଚାଳକ ସୂର୍ଯ୍ୟମଣୀ ଦାଶ ଉପସ୍ଥିତ ରହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଦଶପଲ୍ଲାର ବରିଷ୍ଠ ସାମ୍ବାଦିକ ସର୍ବଶ୍ରୀ ପ୍ରଫୁଲ କୁମାର ଦାଶ, ପ୍ରଶାନ୍ତ କୁମାର ସାହୁ, ସୁଶାନ୍ତ କୁମାର ସାହୁ, ପ୍ରଫୁଲ୍ଲ କୁମାର ପଣ୍ଡା, କୁଞ୍ଜ ବିହାରୀ ପାତ୍ର, ରତ୍ନାକର ହୋତା, ପ୍ରମୋଦ ମହାନ୍ତି, ଆଲୋକ ସେନାପତି, ରଂଜନ ଦାସ୍‌, ଶ୍ରୀଧର ସାହୁ, ଗଙ୍ଗାଧର ରଣାଙ୍କ ସମେତ ଅନ୍ୟାନ୍ୟ ଛାପା ଗଣମାଧ୍ୟମ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଲଙ୍କାପୋଡି ଯାତ୍ରାକୁ ସରସସୁନ୍ଦର କରିବା ପାଇଁ ଯାତ୍ରା କମିଟି କ’ଣ କ’ଣ ପଦକ୍ଷେପ ନେଇଛନ୍ତି ସେ ବିଷୟରେ ସାମ୍ବାଦିକ ମାନେ ସଭାପତି ତଥା ବିଧାୟକଙ୍କ ପ୍ରଶ୍ନ କରିଥିଲେ । ଶ୍ରୀ ବେହେରା ଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ ନେଇଥିବା ପଦକ୍ଷେପ ବିଷୟରେ ଯଥାଯଥ ଉତ୍ତର ପ୍ରଦାନ କରିଥିଲେ ।

Comments (0)
Add Comment