ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ନୂତନ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ମହେଶ ଚନ୍ଦ୍ର ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଜିଲ୍ଲାର ବିକାଶ ସକାଶେ ରାସ୍ତା ଘାଟ,ପାନୀୟ ଜଳ ଯୋଗଣ ଗମନାଗମନର ସୁବିଧା ଉପରେ ଗୁରୁତ୍ୱ ଦେବା ସହ ସରକାରଙ୍କ ଯୋଜନା ଗ୍ରାମୀଣ ଆବାସ ଯୋଜନା, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ମିଶନ ଶକ୍ତି ଗୃହ, ହାଇସ୍କୁଲ ରୂପାନ୍ତିକରଣ ଯେପରି ବିକାଶ ହୋଇପାରିବ ତା’ ଉପରେ ଗୁରୁତ୍ୱ ଦିଆଯିବା ସହ ଜିଲ୍ଲାର ଜନପ୍ରତିନିଧି ଓ ଗଣମାଧ୍ୟମଙ୍କ ସହଯୋଗରେ ଜିଲ୍ଲାର ବିକାଶ ହୋଇପାରିବ ବୋଲି ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।